କୋଶଳ ରାଜ୍ୟ ଦାବିରେ କଳାହାଣ୍ଡି ଜିଲ୍ଲାରେ ୧୨ ଘଂଟିଆ ବନ୍ଦ ର ପ୍ରଭାବ

କଳାହାଣ୍ଡି : ୭/୯/୨୦୨୨ ଦୀର୍ଘ ବର୍ଷ ଧରି ପଶ୍ଚିମ ଓଡିଶା ତଥା କେବିକେ ଅଞ୍ଚଳକୁ ସ୍ୱତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବି କରି ଆସୁଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା । ବିଭିନ୍ନ ସମୟରେ ଆନ୍ଦୋଳନ କରିବା ସହ ବନ୍ଦ ଡାକରା ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ଆସୁଛି କିନ୍ତୁ ସରକାର ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି  । ଏହାକୁ ନେଇ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ଓ କୋଶଳ ସେନା ପକ୍ଷରୁ ୧୨ ଘଣ୍ଟିଆ କୋଶଳ ମହାବନ୍ଦ ଡାକରା ଦିଆଯାଇଛି । ବନ୍ଦକୁ ସଫଳ କରିବା ପାଇଁ ପଶ୍ଚିମ ଓଡ଼ିଶାର ସମସ୍ତ ଜନସାଧାରଣଙ୍କ ସମର୍ଥନ ଲୋଡିଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା । ଏହି ବନ୍ଦ ର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି । ଜିଲ୍ଲାର ସମସ୍ତ ବ୍ଳକରେ ଦୋକାନ ବଜାର ବନ୍ଦ ହେବା ସହ ଗାଡି ଚଳାଚଳ ବନ୍ଦ ରହିଛି । ସେହିଭଳି ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଏହି ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି । ଭବାନୀପାଟଣା କଲେଜ ଛକରେ କୋଶଳ ସେନା ପକ୍ଷରୁ ରାସ୍ତାରୋକ ହୋଇଥିବା ଦେଖିବାକୁ ମିଳିଛି । ଦେଶ ସ୍ବାଧୀନତାକୁ ୭୬ ବର୍ଷ ପୂରଣ ହୋଇଛି। ହେଲେ ପଶ୍ଚିମ ଓଡିଶା କୋଶଳ ଅଞ୍ଚଳ ରେ ବିକାଶ କରିବାରେ ସରକାର ବିଫଳ ହୋଇଛନ୍ତି । ଯୋଜନା ନାଁରେ ରାଜନୀତି ହୋଇଛି ଆଉ କେତେ ଦିନ ଏ ଭେଦଭାବ ଚାଲିବ ବୋଲି କହିଛନ୍ତି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ।

Comments are closed.