କଟକ: କିଶନ ନଗର ଥାନା ପ୍ରହରାଜପୁର ଗାଁରେ ଯୁବକ ଙ୍କ ଗଳାକାଟି ହତ୍ୟା ଘଟଣା କୁ ନେଇ ବଢିଲା ଅସନ୍ତୋଷ । କିଶନ ନଗର ପୋଲିସ ତଦନ୍ତ ସଠିକ୍ କରିନଥିବା ସନ୍ଦେହ କରି ଗଣ ସଂଗ୍ରାମ ସମିତି ପକ୍ଷରୁ କ୍ରାଇମବ୍ରାଞ୍ଚ ତଦନ୍ତ ଦାବିକରି ହତ୍ୟାକାଣ୍ଡ ଶିକାର ପରିବାର ସହ ଥାନା ସମ୍ମୁଖରେ ଗଣଧାରଣା ବସିଲେ ଶତାଧିକ ସଦସ୍ୟ । ତେବେ ଚଳିତ ମାସ ୧୧ ତାରିଖରେ ପ୍ରହରାଜପୁର ନମାଜ ପଡ଼ିଆରେ ୧୫ ବର୍ଷୀୟ ଅବଦୁଲ କାଦର ନାମକ ଯୁବକ ର ଗଳାକାଟି ହତ୍ୟା କରାଯାଇଥିଲା ଓ ମୃତଦେହ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣା ରେ ତିନି ଦିନ ତଳେ ସଚିନ ନାମକ ଅଭିଯୁକ୍ତ ଙ୍କ ସହ ଅନ୍ୟ ଦୁଇ ମହିଳା ଙ୍କୁ ସନ୍ଦେହରେ ଆଣି ପଚରା ଉଚରା କରିଥିଲା । ଅଭିଯୁକ୍ତ ସଚିନ କୁ ନେଇ ପୋଲିସ ଡେମୋ ଦେଖାଇଥିଲା । ପରବର୍ତ୍ତୀ ସମୟର ସଚିନ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ସଚିନ ର ହାତ ପାପୁଲି ନଥିବାରୁ ସେ ଏକାଙ୍କି ହତ୍ୟାକାଣ୍ଡ ଘଟାଇ ନାହିଁ ତାହା ସହିତ ଅନ୍ୟ ମାନଙ୍କ ସଂପୃକ୍ତି ଅଛି ପୋଲିସ ସେମାନଙ୍କୁ ଘଣ୍ଟ ଘୋଡାଉଛି ଏଭଳି ଅଭିଯୋଗ ଆଣି ଗଣ ସଂଗ୍ରାମ ସମିତି ପକ୍ଷରୁ ଗଣ ଧାରଣା ଦିଆଯିବାସହ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ସେମାନେ । ଯେ ପ୍ରଜ୍ୟନ୍ତ ଏହି ଘଟଣା ର ସମସ୍ତ ଅଭିଯୁକ୍ତ ଗିରଫ ହୋଇ ନଥାନ୍ତି କି ପରିବାର କୁ ନ୍ୟାୟ ନମିଳିଛି ସେ ପ୍ରଜ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଛି ଗଣ ସଂଗ୍ରାମ ସମିତି ।
Sign in
Sign in
Recover your password.
A password will be e-mailed to you.
Comments are closed.