କ୍ଷୀରୋଦ ତନୟା

ଅର୍ଜୁନୀ ଚରଣ ବେହେରା

ବନ୍ଦେ କ୍ଷୀରୋଦ ତନୟା ବିଷ୍ଣୁ ପାଟରାଣୀ l
ଶ୍ରୀପୀଠେ ପୂଜିତା ବିଶ୍ୱବନ୍ଦ୍ୟ ଠାକୁରାଣୀ ll
ଅନ୍ନ ଦାତ୍ରୀ ମହା ମାୟୀ ମାଆ ଜଗଦ୍ଧାତ୍ରୀ l
ପେଚକବାହନୀ ମାତା ତୁ କଲ୍ୟାଣଗାର୍ତ୍ତ୍ରୀ ll
ଚରଣେ ଆଶ୍ରିତ ତୋ’ର ଚରାଚର ପ୍ରାଣୀ l
ଜଗତ ଜନନୀ ମାତେ ଜଗତ କଲ୍ୟାଣୀ ll
ବନ୍ଦଇ ସୁର ପୂଜିତେ ଦେବୀ ଶାକମ୍ବରୀ l
ପାକାନ୍ନ ତୋ’ର ଭୁଞ୍ଜନ୍ତି ଦୟାମୟ ହରି ll
ଛପନ କୋଟି ଜୀବଙ୍କୁ ଭଣ୍ଡାରେ ବାଉନ l
ଖଞ୍ଜିଦେଇ ସୁଖେ କରୁ ଜୀବଙ୍କୁ ପାଳନ ll
ଶ୍ରୀମନ୍ଦିର ଶିରି ମାତେ ତୁହି ବିଜେଅଛୁ l
ଛପନ ଭୋଗକୁ ଶ୍ରୀ ପତିଙ୍କୁ ପରଷୁଛୁ ll
ଲକ୍ଷ୍ମୀ ପୁରାଣରେ କଥା ରହି ଅଛି ମାଆ l
ଲକ୍ଷ୍ମୀଛଡ଼ା ହୋଇଥିଲେ ଶ୍ରୀଜଗାବଳିଆ ll
ବାରଦ୍ୱାର ଶୁଣ୍ଢୀ ପିଣ୍ଡା ହୋଇ ବୁଲି ବୁଲି l
ଲକ୍ଷ୍ମୀଛଡ଼ାବୋଲି କେତେ ଖାଇଥିଲେ ଗାଳି ll
ତ୍ରି ବାର ସତ୍ୟ କରାଇ ମନ୍ଦିରେ ଆଣିଲୁ l
ବ୍ରାହ୍ମଣେ ଚଣ୍ଡାଳେ ସର୍ବେ ଏକ କରାଇଲୁ ll
ତୋ ହାତରନ୍ଧା ପ୍ରସାଦ ବିଷ୍ଣୁଙ୍କ ମଣୋହି l
ମହା ପ୍ରସାଦ ଆନନ୍ଦ ବଜାରେ ମିଳଇ ll
ଅମୃତ ସେ ଭକ୍ତେ ଖାଇ ହୁଅନ୍ତି ବାଇଆ l
ମହିମା କେତେ ତୋହର ବଖାଣିବି ମାଆ ll
ବାପ ତୋ’ର ରତ୍ନାକର ରତନ ଆଗାର l
ସାଗର ମନ୍ଥନୁ ମାତେ ଜନମ ତୋହର ll
ପଦ୍ମାଳୟା,ପଦ୍ମାସନୀ,ପଦ୍ମା, ପଦ୍ମେ ବାସ l
ତୋ ଅବ୍ଜଚରଣେ ନମେ ଏ ଦାସାନୁଦାସ ll
ସୁଦୟା ବହିବୁ ମାତେ କରେ ମୁଁ ଦୟିନୀ l
ନମସ୍ତେ କରୁଣାମୟୀ ନମଃ ନାରାୟଣୀ ll
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.