ଯାଜପୁର : ଯାଜପୁରରେ ଓଲଟିଲା ରାଣୀ ପଣ୍ଡାଙ୍କ ଯାତ୍ରା ପାର୍ଟି ଟ୍ରକ। କୋରେଇରୁ ଯାତ୍ରା ସାରି ଫେରୁଥିବା ଗୋଲେଇପୁର ନିକଟ ନାଟ୍ୟ ମଣ୍ଡପ ଗାଡ଼ି ଦୁର୍ଘଟଣାଗସ୍ତ। ଟ୍ରକ୍ ଉପରୁ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ରାସ୍ତାକଡ଼କୁ ଓଲଟି ପଡିଲାଥିଲା ଦୁର୍ଘଟଣାରେ ଏକାଧିକ କଳାକର ଓ ଚାଳକ ଗୁରୁତର ହୋଇଥିବା ସୂଚନା । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଆଜି ରାଣୀ ପଣ୍ଡାଙ୍କ ଯାତ୍ରା ପାର୍ଟି ନାଟ୍ୟ ମଣ୍ଡପ । ବର୍ତ୍ତମାନ ପାର୍ଟି ଯାଜପୁରରେ ନିଜ ନାଟ୍ୟ ପ୍ରଦର୍ଶନ କରୁଥିଲା । ସେଠାରୁ ନିଜ ନାଟକ ପରିବେଶଣ ସରିବା ପରେ ପାର୍ଟି ଅନ୍ୟ ସ୍ଥାନକୁ ଯାଉଥିଲା । କୋରେଇରୁ ଯିବା ରାସ୍ତାରେ ଗୋଲେଇପୁର ନିକଟରେ ଟ୍ରକକୁ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା । ଯାହାଫଳରେ ଗାଡ଼ିରେ ଥିବା ୪ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ସେପଟେ ଘଟଣାସ୍ଥଳରେ ଯାତ୍ରା ଅନୁଷ୍ଠାନର ସଦସ୍ୟମାନେ ପହଞ୍ଚି ସମସ୍ତ ଜିନିଷକୁ ଅନ୍ୟ ଏକ ଗାଡ଼ି ଯୋଗେ ସ୍ଥାନାନ୍ତର ପାଇଁ ଉଦ୍ୟମ ଜାରି ରଖିଛନ୍ତି ।
Comments are closed.