ଜଣେ କଦଳୀ ବେପାରୀଙ୍କ ଆଖିକୁ ଲଙ୍କାଗୁଣ୍ଡ ପକାଇ ଲୁଟ

0

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଚଣ୍ଡିଖୋଲ -ଡ଼ୁବୁରୀ ୫୩ନଂ ଜାତୀୟ ରାଜପଥ ନିକଟ କନ୍ତପଡ଼ା ଛକ ନିକଟରୁ ଜଣେ ବ୍ୟକ୍ତିଙ୍କ ଆଖିକୁ ଲଙ୍କାଗୁଣ୍ଡ ପକାଇ ଲୁଟ ଅଭିଯୋଗ ହୋଇଛି। ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ଜଣେ କଦଳୀ ବେପାରୀଙ୍କ ସହଯୋଗୀ ବୋଲି ଜଣା ପଡିଛି। ସେ ୨ଲକ୍ଷ ୬୫ହଜାର ଟଙ୍କା ନେଇ ଫେରୁଥିବା ବେଳେ ଲୁଟର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ମାଲିକ। ସୂଚନଯୋଗ୍ୟ କନ୍ତପଡ଼ା ଛକରେ ଉକ୍ତ ଥାନା ଅନ୍ତର୍ଗତ ଏଣ୍ଡଳବା ଗ୍ରାମର ନିରଞ୍ଜନ ମଲ୍ଲିକଙ୍କ ଏକ କଦଳୀ ଗୋଦାମ ରହିଛି। ତାଙ୍କର ସହଯୋଗୀ ଭାବେ ସେହି ଥାନା ଆନ୍ତର୍ଗତ କବାଟବନ୍ଧ (ବଣିଆସାହି)ଗ୍ରାମର ହାଡିବନ୍ଧୁ ବେହେରା (କାଳିଆ) କାର୍ଯ୍ୟ କରନ୍ତି। ସବୁଦିନ ଭଳି ଦୋକାନୀ ବିକ୍ରିବଟା ଟଙ୍କା ୨ଲକ୍ଷ ୬୫ହଜାର ଟଙ୍କା ଓ ଫୋନ ପେରେ ୨୫ ହଜାର ଟଙ୍କା ଦେଇ ଜନସେବା କେନ୍ଦ୍ରରେ ଜମା କରିବାକୁ କାଳିଆକୁ ଦେଇ ପଠାଇଥିଲେ। ଟଙ୍କା ନେଇ ଯାଉଥିବା ସମୟରେ କନ୍ତପଡ଼ା ବିଦ୍ୟୁତ କାର୍ଯ୍ୟାଳୟ ସାମ୍ନାରୁ ଦୁଇ ଜଣ ଯୁବକ ଏକ ବାଇକରେ ଆସି ତାଙ୍କଠାରୁ ଟଙ୍କା ଛଡ଼ାଇବାକୁ ଉଦ୍ୟମ କରିବାରୁ ସେ ସାହାଯ୍ୟ ପାଇଁ ଡାକ ଛାଡିଥିଲେ। ଦୃବୃତ୍ତ ମାନେ ଟଙ୍କା ନେଇ ବାଇକରେ ଦ୍ରୁତ ଗତିରେ ପଳାଇ ଯାଇଥିଲେ ବୋଲି ଅଭିଯୋଗ ହୋଇଛି। ଖବର ପାଇ ମାଲିକ ନିରଞ୍ଜନ ଘଟଣା ସ୍ଥଳରେ ପହଞ୍ଚି ଆହତ ଅବସ୍ଥାରେ ଥିବା କାଳିଆ ଠାରୁ ସବୁ ଶୁଣିଥିଲା। ଏନେଇ ନିରଞ୍ଜନ ଜେନାପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ କାଳିଆ ମେଡ଼ିକାଲ ଯାଇଥିବା ଏତଲାରେ ଦର୍ଶାଯାଇଛି। ଘଟଣାକୁ କେହି କେହି ସନ୍ଦେହ ଚକ୍ଷୁରେ ଦେଖୁଥିବା ବେଳେ ସତ୍ୟାସତ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଥିବା ଥାନାଅଧିକାରୀ ନିରୁପମା ଜେନା କହିଛନ୍ତି।

Leave A Reply

Your email address will not be published.