ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ପଦ୍ମପୁର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଗୋବର୍ଦ୍ଧନ ପଞ୍ଚାୟତ ସେଣ୍ତକାପ ଭାଲିଆପତଳା ସାହି ନିକଟ ଏକ ଆମ୍ବଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତକ ହେଲେ ସାହିର ବିରଞ୍ଚି ନାଏକଙ୍କ ପୁଅ ଚିନ୍ମୟ ନାଏକ (୨୦) ବୋଲି ଜଣାପଡ଼ିଛି। ଆଜି ସକାଳୁ ସାହିର ଲୋକେ ଚଳପ୍ରଚଳ କରୁଥିବାବେଳେ ଚିନ୍ମୟ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ।

ତେବେ ଯୁବକଙ୍କ ବେକରେ ଦଉଡ଼ି ଲାଗିଥିବାବେଳେ ତାଙ୍କର ପାଦ ଭୂଇଁରେ ଲାଗିଛି। ତେଣୁ ପାରିପାର୍ଶ୍ବିକ ସ୍ଥିତିରୁ ଯୁବକଙ୍କୁ କେହି ହତ୍ୟାକରି ଆତ୍ମହତ୍ୟାର ରୂପ ଦେବାକୁ ଗଛରେ ଝୁଲାଇ ଦେଇଥିବା ସନ୍ଦେହ କରାଯାଉଛି। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.