ଜୀବନ ହାରିଲେ କନଷ୍ଟେବଳ

ନୟାଗଡ: ନୟାଗଡ ଜିଲ୍ଲା ପୁଲିସ୍‌ ବାରାକରେ ଅଭାବନୀୟ ଘଟଣା ଘଟିଛି। ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ନିଜକୁ ମାରିଛନ୍ତି କନଷ୍ଟେବଳ । ମୃତକ ବାହାଡାଝୋଲା ଅଞ୍ଚଳର ସୁନିଲ ସେଠୀ ବୋଲି ଜଣାପଡିଛି । କିଛିଦିନ ତଳେ ସୁନୀଲଙ୍କ ନିର୍ବନ୍ଧ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ତାଙ୍କ ସହ ନିର୍ବନ୍ଧ ହୋଇଥିବା ଝିଅକୁ ଶେଷ ମେସେଜ କରିଥିଲେ ।

ଆଜି ସକାଳୁ ଛାତ ଉପରୁ ତାଙ୍କ ମୃତଦେହ ମିଳିଥିଲା । ଖବର ପାଇ ପୁଲିସ୍‌ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ତାଙ୍କ ନିର୍ବନ୍ଧକୁ ପରିବାରଲୋକେ ବିରୋଧ କରିଥିଲେ। ଆଉ ପରିବାର ଲୋକଙ୍କ ଚାପରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ନୟାଗଡ଼ ଏସପି କହିଛନ୍ତି।

Comments are closed.