ରାଞ୍ଚି: ଝାଡ଼ଖଣ୍ଡରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ଟିମ୍ ବୁଧବାର ସକାଳୁ ସକାଳୁ ଅନେକ ସ୍ଥାନରେ ଚଢାଉ କରିଛି। ବେଆଇନ ଖଣି ମାମଲା ସହ ଜଡ଼ିତ ଆର୍ଥିକ ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ନେତାମାନଙ୍କ ନିକଟତମ ସହଯୋଗୀମାନଙ୍କ ବିଭିନ୍ନ ଠିକଣାରେ ଚଢାଉ କରାଯାଇଥିବା ସୂଚନା ମିଳିଛି। ଇଡିର ଏକ ଟିମ୍ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗଣମାଧ୍ୟମ ପରାମର୍ଶଦାତା ଅଭିଷେକ ପ୍ରସାଦ ଓରଫ ପିଣ୍ଟୁଙ୍କ ଘରେ ମଧ୍ୟ ଚଢାଉ କରିଛି। ଅଭିଷେକ ପ୍ରସାଦଙ୍କ ଘର ସମେତ ଇଡି ଟିମ୍ ୧୨ ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଏହା ବ୍ୟତୀତ ସାହେବଗଞ୍ଜର ଡେପୁଟି କମିଶନରଙ୍କ ବାସଭବନରେ ମଧ୍ୟ ଚଢାଉ କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Comments are closed.