ନୟାଗଡ଼/ ରଣପୁର : ରାଜ୍ୟ ପରିବହନ ଓ ନୟାଗଡ଼ ଜିଲ୍ଲା ପରିବହନ ବିଭାଗ ତରଫରୁ ରଣପୁରରେ ଦୁଇ ଦିନ ଧରି ଜାତୀୟ ସଡ଼କ ସୁରକ୍ଷା ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ସ୍ଥାନୀୟ ପଞ୍ଚୁଦଳ ପଡିଆଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବାଚସ୍ପତି ସୁରମା ପାଢୀ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ବରିଷ୍ଠ ଆଇନୀଜୀବୀ ଦିଲ୍ଲୀପ କୁମାର ନନ୍ଦ ଓ ମୋଟରଜାନ ନିରୀକ୍ଷକ ଶ୍ରୀ ଦୀପ ଯୋଗଦେଇଥିଲେ। ଏହି ଅବସରରେ ପ୍ରାୟ ପଚାଶ ଜଣ ଡ୍ରାଇଭର ମାନଙ୍କର ଆଖି ପରୀକ୍ଷା କରାଯାଇଥିଲା। ଅନ୍ତିମ ଦିବସ ଆଜି ଉଦଯାପନ ଦିବସରେ ରଣପୁର ଡିଗ୍ରୀ ମହାବିଦ୍ୟାଳୟ ଏନସିସି କ୍ୟାଡେଟ, ସ୍ଥାନୀୟ ନୋଡାଲ ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବିଜ୍ଞାପିତ ଅଞ୍ଚଳ ପରିଷଦ ସଫାଇ କର୍ମଚାରୀ ଓ ସାଧାରଣ ଜନତା ପଞ୍ଚୁଦୋଳ ପଡ଼ିଆ ଠାରେ ପୂର୍ବାହ୍ନ ସାଢ଼େ ୧୦ଟାରେ ଏକତ୍ରିତ ହୋଇଥିଲେ।
ଏହି ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ପରେ ଶୋଭାଯାତ୍ରା ବାହାରି ସଡ଼କ ସୁରକ୍ଷା ସମ୍ପର୍କିତ ନାନାଦି ସ୍ଲୋଗାନ ସାଙ୍ଗକୁ ସଚେତନତା ବାର୍ତ୍ତା ଦେଇ ବଡ଼ଦାଣ୍ଡ, ବ୍ୟାଙ୍କ ଛକ ପରିକ୍ରମା କରି ସ୍କୁଲ ବିଦ୍ୟାଳୟ ଠାରେ ପହଞ୍ଚିଥିଲେ।
Comments are closed.