ଜାନୁୟାରୀ ୧୯ରୁ ପୁରନ୍ଦର ନାଟକ ମହୋତ୍ସବ ଆରମ୍ଭ ା

ସୁବର୍ଣ୍ଣପୁର – ଜାନୁଆରୀ ୧୯ ରୁ ୨୧ ତାରିଖ ସୁବର୍ଣ୍ଣପୁରରେ ଆୟୋଜିତ ହେବ ପୁରନ୍ଦର ନାଟକ ମହୋତ୍ସବ । ସହରର ରୟାଲ ପଡିଆ ଠାରେ ତିନି ଦିନ ଧରି ଏହି ନାଟକ ମହୋତ୍ସବରେ ପଶ୍ଚିମ ଓଡିଶାର ସାତୋଟି ନାଟକ ଅନୁଷ୍ଠାନ ଦ୍ବାରା ନିଜ ନିଜର ନାଟକ ପରିବେଷଣ କରାଯିବ । ଲୋକ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପୁରନ୍ଦର ନାଟକ ମହୋତ୍ସବରେ ପଶ୍ଚିମ ଓଡ଼ିଶାର ବଛା ବଛା ନାଟ୍ୟ ଅନୁଷ୍ଠାନ ଲୋକ ସଂସ୍କୃତି ବିଷୟଵସ୍ତୁ ଉପରେ ଆଧାରିତ ନାଟକ ପରିବେଷଣ କରିବା ପାଇଁ ନାଟକ ଅନୁଷ୍ଠାନ ଗୁଡିକୁ ନିମନ୍ତ୍ରଣ କରାଯାଇଛି ।ଉଦ୍ଘାଟନୀ ଉତ୍ସବରେ ଭବାନୀପାଟଣାର କାରୁଣ୍ୟ ନାଟ୍ୟ ଅନୁଷ୍ଠାନ ଝରକା ନାଟକ ପରିବେଷଣ କରିବେ । ସେହିପରି ଉଦ୍ଘାଟନୀ ସନ୍ଧ୍ୟାର ଦ୍ଵିତୀୟ ନାଟକ ରଙ୍ଗଭୂମି ପଦ୍ମପୁରର ଲୁ ଅନୁଷ୍ଠାନ ପରିବେଷଣ କରିବେ । ଦ୍ଵିତୀୟ ସନ୍ଧ୍ୟାରେ ଦୁଇଟି ନାଟକ ପାଚେନ ଓ ଟୁକୁ ଯଥାକ୍ରମେ ବେଳପାହାଡ଼ର ମିରର ଥିଏଟର ଓ ସୁବର୍ଣ୍ଣପୁର ବଡକର୍ଲେର ବୀଣାପାଣି ସାହିତ୍ୟ କଳା ସଂସଦର କଳାକାର ମାନେ ପରିବେଷଣ କରିବେ । ଉଦଯାପନି ସନ୍ଧ୍ୟାରେ ତିନୋଟି ନାଟକ ପରିବେଷଣ କରାଯିବ । ପ୍ରଥମ ନାଟକ ମଧୁବିଦ୍ୟା ନୂଆଁପଡାର ଜ୍ଞାନଦୋୟ ଅନୁଷ୍ଠାନର କଳାକାର ମାନେ ପରିବେଷଣ କରିବେ । ଦ୍ଵିତୀୟ ନାଟକ ସମ୍ବଲପୁର ଶ୍ରୀ କଲଚରାଲ ଏସୋସିଏସନ କେଡା ଓ ଅନ୍ତିମରେ ପଦ୍ମପୁରର ଅବର୍ଣିଗୁଁଡା ଅନୁଷ୍ଠାନ ଟିକଟ ପରିବେଷଣ କରାଯିବ । ତେବେ ପ୍ରତିଦିନ ସନ୍ଧ୍ୟା ୬ ଘଣ୍ଟା ୩୦ ମିନିଟରୁ ଆରମ୍ଭ ହୋଇ ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ସହରର ରୟାଲ ପଡ଼ିଆଠାରେ ହେବାକୁ ଥିବା ଏହି ନାଟକ ମହୋତ୍ସବରେ ଦେଖଣାହାରୀ ଓ କଳାକାର ମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଆଜି ସହରର ପ୍ରୋଗ୍ରେସ ଇନ ସମ୍ମିଳନୀ କକ୍ଷରେ ପୁରନ୍ଦର ବାରିକ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ସାନନ୍ଦ ବାରିକ ସୂଚନା ଦେଇଛନ୍ତି ।

Comments are closed.