ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ କୋରାପୁଟ ସାଂସଦ ହେମା ଗମାଙ୍ଗ ଏବଂ ପୂର୍ବତନ ବରଗଡ଼ ସାଂସଦ ସଞ୍ଜୟ ଭୋଇ ଆଜି ଏଆଇସିସି ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାରଙ୍କ ଉପସ୍ଥିତିରେ କଂଗ୍ରେସ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗମାଙ୍ଗ ପରିବାର ଜାନୁଆରି ୧୭ ତାରିଖରେ ବିଧିବଦ୍ଧ ଭାବେ ସାମିଲ ହେବେ ବୋଲି ପୂର୍ବରୁ ସୂଚନା ମିଳି ସାରିଥିଲା। ଗତ ୧୪ ତାରିଖ ଦିନ ଗିରିଧର ଗମାଙ୍ଗ ନିଜ ପରିବାର ସହ ନୂଆଦିଲ୍ଲୀରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିଥିଲେ। ଦଳର ମୁଖ୍ୟାଳୟରେ କୋଷାଧ୍ୟକ୍ଷ ଅଜୟ ମାକେନଙ୍କ ଉପସ୍ଥିତିରେ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗମାଙ୍ଗ ପରିବାର ଦିଲ୍ଲୀରେ ହାଇକମାଣ୍ଡଙ୍କ ସମେତ ଆଗଧାଡିର ଅନେକ ନେତାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ଏହି ବରିଷ୍ଠ ନେତାମାନେ ଦଳରେ ଯୋଗଦେବା ପରେ କଂଗ୍ରେସ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଅଧିକ ସଂଗଠିତ ହୋବ ବୋଲି ପ୍ରଭାରୀ ଅଜୟ କୁମାର କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.