୨୧ରୁ ସର୍ବଭାରତୀୟ ଲାଲମନି କ୍ରିକେଟ ଫେଷ୍ଟ ଆରମ୍ଭ ା

ସୁବର୍ଣ୍ଣପୁର-ବହୁ ପ୍ରତିକ୍ଷିତ ସର୍ବ ଭାରତୀୟ ଲାଲମନି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏଥର ନୂଆ ରୂପରେ ଆୟୋଜିତ ହେବ। ଦୀର୍ଘ ଦିନ ପରେ ପ୍ରଥମ ଥର ପାଇଁ ଟର୍ଫ ପିଚ୍‌ରେ କ୍ରିକେଟ ମ୍ୟାଚ ଖେଳାଯିବ । ଆସନ୍ତା ୨୧ ରୁ ୨୮ ତାରଖ ଯାଏଁ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ପଶ୍ଚିମବଙ୍ଗ, ନାଗପୁର, ରାଞ୍ଚି, ଦିଲ୍ଲୀ ଭଳି ୯ ଗୋଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହେବେ ବୋଲି ଏସ୍‌ଡିସିଏ ସଭାପତି ରାମଶଙ୍କର ସାହୁ କହିଛନ୍ତି । ବିଜୟୀ ଦଳକୁ ୮୦ ହଜାର ଟଙ୍କା ଏବଂ ରନର୍ସ ଅପ୍ ଦଳକୁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ । ୩୫ ତମ ଲାଲମନି କ୍ରିକେଟର ୨୦ ତାରିଖରେ ଧୁମ୍ ଧାମରେ ଉଦ୍‌ଘାଟନୀ ସମାରୋହ ଏବଂ ଲଗୋ ଉନ୍ମୋଚନ ହେବ ବୋଲି ସୂଚନା ଦିଆଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ତେବେ ପ୍ରଥମ ଥର ପାଇଁ ଖେଳାଳି ତଥା ଦର୍ଶକ ମାନେ ଟର୍ଫ ପିଚ୍ ସହ ଗ୍ରାସି ଗ୍ରାଉଣ୍ଡରେ ଖେଳର ମଜା ନେବେ ବୋଲି ଆୟୋଜକ ମାନେ ଆଶା ରଖିଛନ୍ତି ।

Comments are closed.