ରେଳ ସେବା ଉପରେ ଲଗାଣ ବର୍ଷାର ପ୍ରଭାବ

ରାୟଗଡ଼ାରୁ (ଭି ଗୌରୀଶଙ୍କର ରାଓ): ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏହାର ପ୍ରଭାବ ରେଳ ସେବା ଉପରେ ମଧ୍ୟ ପଡ଼ିଛି। ରାୟଗଡ଼ା ଜିଲ୍ଲାର ଟିକିରି ଏବଂ ରାଉଳି ଷ୍ଟେସନ ମଝିରେ ରେଳ ଟ୍ରାକ୍‌ ଜଳମଗ୍ନ ହୋଇଯାଇଛି।

ଟ୍ରାକ୍‌ ଉପରେ ପ୍ରାୟ ୩ ଫୁଟର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଏହି କାରଣରୁ କୋରାପୁଟରୁ ବିଶାଖାପାଟଣାଭିମୁଖୀ ଡିଏମ୍‌ୟୁ ଟ୍ରେନ୍‌ଟି ବାଟରେ ଅଟକି ରହିଛି। ପ୍ରାୟ ୨ ଘଣ୍ଟା ହେବ ଟ୍ରେନ୍‌ଟି ଅଧାବାଟରେ ଅଟକି ରହିଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରେଳବାଇ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ପାଣି କମିବା ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ୍ ହେବ ବୋଲି ଜଣାପଡ଼ିଛି।

Comments are closed.