ପଟ୍ଟାମୁଣ୍ଡାଇ ପୈାରାଞ୍ଚଳର ବନ୍ୟାର ଦୁର୍ଗମ ଓ୍ଵାର୍ଡ ତଳଵାଲିପଡା ! ପାଣିଘେରରୁ ଦୁଇ କନ୍ୟାଙ୍କୁ ଉଦ୍ଧାର କଲେ ଆଇଆଇସି ବନ୍ଦନା ପାତ୍ର
ପଟ୍ଟାମୁଣ୍ଡାଇ ୩୧/୭ : ପଟ୍ଟାମୁଣ୍ଡାଇ ପୈାରପରିଷଦର ବନ୍ୟାର ଦୁର୍ଗମ ଓ୍ଵାର୍ଡ ଭାବେ ପରିଚିତ ତଳଵାଲିପଡା ।ଏହା ଅତ୍ୟନ୍ତ ଖାଲୁଆ ଅଂଚଳ ହୋଇଥିବାରୁ ବ୍ରାହ୍ମଣୀ ନଦୀରେ
ବନ୍ୟାଜଳ ପଡିଵା ମାତ୍ରେ ଏହି ଗ୍ରାମକୁ ବନ୍ୟା ଗ୍ରାସ କରିଥାଏ । ବିଶେଷ କରି କଟକ- ଚାନ୍ଦବାଲି ରାସ୍ତା ଗ୍ରାମ ଠାରୁ ଉଚ୍ଚା ହୋଇଥିବା ଦୃଷ୍ଟିରୁ ବନ୍ୟାଜଳ ନିଷ୍କାସନ ହେବାରେ ବାଧକ ସୃଷ୍ଟି କରିଛି । ଯାହାଫଳରେ ସାଧାରଣ ବନ୍ୟାରେ ଏହି ଓ୍ଵାର୍ଡ ଶିଘ୍ର ଵୁଡିଯାଏ।ଏହି ଓ୍ଵାର୍ଡର ଲୋକମାନେ ସାଧାରଣତଃ ଚାଷ ଉପରେ ନିର୍ଭର କରିଥାନ୍ତି। ବିଭିନ୍ନ ପନିପରିବା ଚାଷକରି ପଟ୍ଟାମୁଣ୍ଡାଇ ଅଂଚଳକୁ ଯୋଗାଇଥାନ୍ତି। ବନ୍ୟା ଆସିବା ଫଳରେ ଚାଷ କରିଥିବା ସମସ୍ତ ପ୍ରକାର ପନିପରିବା ପାଣିରେ ବୁଡି ଯାଇଛି । ଗତବର୍ଷ ବନ୍ୟାରେ ତଳଵାଲିପଡାରେ କୁ୍ମ୍ଭିର ପଶିଆସି ଆତଙ୍କ ଖେଳାଇ ଥିଲା ।ଵନଵିଭାଗ ଶତଚେଷ୍ଟା ପରେଵି ଧରିବାରେ ସକ୍ଷମ ହୋଇ ପାରିନଥିଲା। ଚଳିତ ଵନ୍ୟାରେ ଲୋକମାନଙ୍କ ମଧ୍ୟରେ କୁମ୍ଭୀର ଭୟ ରହିଛି । ପୈାର ପ୍ରଶାସନ ପକ୍ଷରୁ ବନ୍ୟାର ଦୁର୍ଗମ ଓ୍ଵାର୍ଡ ମାନଙ୍କୁ ଦୁଇଟି ଲେଖା ପାଓ୍ଵାର ଵୋଟ୍ ଯୋଗାଇ ଦିଆଯାଇଛି । ବନ୍ୟା ପ୍ରପୀଡ଼ିତ ପାଇଁ ସରକାରଙ୍କ ପକ୍ଷରୁ କୈାଣସି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ବ୍ୟବସ୍ଥା କରାଯାଇ ନଥିବାରୁ ଲୋକମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । କୁମ୍ଭୀର ଭୟରେ ଲୋକମାନେ ପଟ୍ଟାମୁଣ୍ଡାଇ ବଜାରରୁ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଆଣିବାକୁ ଭୟ କରୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ତଳଵାଲିପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଜଣଙ୍କ ବାସଗୃହ ପାଣିରେ ବୁଡିଯିବା ଫଳରେ ଵଡ ଲୋକମାନେ ଘରଛାଡି ଉଚ୍ଚା ସ୍ଥାନକୁ ପଳାଇ ଆସିଥିଲେ ମାତ୍ର ଦୁଇଜଣ ଶିଶୁଝିଅ ସୌଦାମିନୀ ଓ ସୌଭାଗିନୀ ଆସିପାରି ନଥିଲେ। ସ୍ଥାନୀୟ କାଉନସିଲର ମଳୟ ଓଝା ଓ ଆଦର୍ଶଥାନା ଆଇଆଇସି ବନ୍ଦନା ପାତ୍ର ତାଙ୍କ ପୁଲିସ ବାହିନୀ ସାହାର୍ଯ୍ୟରେ ରାତି ୨ଟା ବେଳେ ଦୁଇଟି ଶିଶୁଙ୍କୁ ଉଦ୍ଧାର କରିଥିଲେ ଆଇଆଇସି ବନ୍ଦନା ପାତ୍ରଙ୍କ ଏହି
ମହତ୍ତ୍ଵ କାର୍ଯ୍ୟକୁ ଓ୍ଵାର୍ଡଵାସୀ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। କାଉନସିଲର ମଳୟ ଓଝାଙ୍କ ସମେତ ସମସ୍ତ ବନ୍ୟାଞ୍ଚଳ ଜନସାଧାରଣ ରିଲିଫ ସାମଗ୍ରୀ ଯୋଗାଇ ଦେବାକୁ
ରଜ୍ୟସରକାର ଓ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି।