ପୁରୀ : ଶ୍ରୀମନ୍ଦିରରେ ପ୍ରବଳ ଭିଡ଼। ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍। ରବିବାର ହୋଇଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭିଡ ଜମାଇଛନ୍ତି ଭକ୍ତ। ବଲ୍ଲଭ ନୀତି ପାଇଁ ଏକ ଘଣ୍ଟା ବନ୍ଦ ରହିଥିଲା ଦର୍ଶନ। ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଠିଆ ହୋଇଥିଲେ ଶ୍ରଦ୍ଧାଳୁ। ଭିଡକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଭକ୍ତଙ୍କ ସୁରକ୍ଷା ସହ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଅଧିକ ଖରା ହେଲେ ଅନୁଭୂତ ହେଲେ ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ଛିଞ୍ଚନ କରାଯିବ।ଏଥିସହ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ପୁରୀ ଏସପି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.