ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଦାରା ସିଂଙ୍କ ଦଣ୍ଡାଦେଶ କୋହଳ ମାମଲାରେ ରାଜ୍ୟ ସରକାରଙ୍କ state sentence review board ତର୍ଜମା କରୁଛି। ଏଥିପାଇଁ ଅଧିକ ସମୟ ଆବଶ୍ୟକ ବୋଲି କୋର୍ଟକୁ ଜଣାଇଛନ୍ତି। ମାମଲାର ଶୁଣାଣି ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ ମନମୋହନଙ୍କ ଖଣ୍ଡପୀଠ କରୁଛନ୍ତି। ଦାରା ସିଂହଙ୍କ ପକ୍ଷରୁ ଆଇନଜୀବୀ ଏପି ସିଂହ ମାମଲା ପରିଚାଳନା କରୁଛନ୍ତି।
ଦାରା ସିଂ ୨୬ ବର୍ଷରୁ ଅଧିକ ସମୟ ଜେଲରେ ରହିଥିବାରୁ ଖୁବଶୀଘ୍ର ରିଲିଜ୍ ପାଇଁ ଦାରା ସେନା ପକ୍ଷରୁ ଅପିଲ କରାଯାଇଛି। ନିଜ ପିଟିସନରେ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଆସାମୀଙ୍କୁ ସୁପ୍ରିମ୍ କୋର୍ଟ ୨୦୨୨ରେ କିପରି ଛାଡ଼ କରିଥିଲେ, ସେ ସଂକ୍ରାନ୍ତରେ ଉଲ୍ଲେଖ କରିଥିଲେ ଦାରାଙ୍କ ଓକିଲ।…