କେନ୍ଦ୍ର ସରକାର ଚାଷୀଙ୍କ ଆୟ ସୁରକ୍ଷା ଓ କୃଷିକୁ ସୁଦୃଢ଼ କରିବା ପାଇଁ ୨.୬୦ ଲକ୍ଷ କୋଟି ଟଙ୍କାର MSP ପ୍ୟାକେଜ୍‌କୁ ମଞ୍ଜୁରୀ ଦେଇଛନ୍ତି।

PM-ଆଶା ଯୋଜନା ଅଧୀନରେ ସରକାର MSP ଦରରେ ଫସଲ କିଣିବା ସହ ଚାଷୀଙ୍କୁ ବଜାର ଦର ହ୍ରାସରୁ ସୁରକ୍ଷା ଦେବେ।

0

ନୂଆଦିଲ୍ଲୀ : କେନ୍ଦ୍ର ମୋଦି କ୍ୟାବିନେଟ୍ ବୁଧବାର ଦେଶର କୋଟି କୋଟି ଚାଷୀଙ୍କ ପାଇଁ ବଡ଼ ଉପହାର ଆଣିଛି । କୃଷି ଓ କୃଷକଙ୍କୁ ଆର୍ଥିକ ଭାବେ ସୁଦୃଢ଼ କରିବା ପାଇଁ ସରକାର ୨.୬୦ ଲକ୍ଷ କୋଟି ଟଙ୍କାର ଏକ ବିଶାଳ ପ୍ୟାକେଜ୍‌କୁ ମଞ୍ଜୁରୀ ଦେଇଛନ୍ତି । ଏହା ସହିତ ୨୦୨୬-୨୭ ବର୍ଷ ପାଇଁ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ବୃଦ୍ଧି କରାଯାଇଛି ।

ନୂଆ ଘୋଷଣା ଅନୁଯାୟୀ, ଚାଷୀଙ୍କୁ ଏଣିକି ବିଭିନ୍ନ ଫସଲରେ ଅଧିକ ଲାଭ ମିଳିବ । ସବୁଠାରୁ ଅଧିକ ବୃଦ୍ଧି ସୂର୍ଯ୍ୟମୁଖୀ ମଞ୍ଜିରେ ହୋଇଛି । ଏହି ନିଷ୍ପତ୍ତି ଅନୁଯାୟୀ, ସାଧାରଣ ଧାନର MSP କ୍ୱିଣ୍ଟାଲ ପିଛା ୭୨ ଟଙ୍କା ବୃଦ୍ଧି କରାଯାଇ ୨,୪୪୧ ଟଙ୍କା ଏବଂ ଗ୍ରେଡ୍-ଏ ଧାନ ପାଇଁ ୨,୪୬୧ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ସୂର୍ଯ୍ୟମୁଖୀ ମଞ୍ଜିରେ ସର୍ବାଧିକ ୬୨୨ ଟଙ୍କା ବୃଦ୍ଧି କରାଯାଇ ଏହାର ନୂଆ ମୂଲ୍ୟ ୮,୩୪୩ ଟଙ୍କା ରଖାଯାଇଛି । ସେହିପରି ମକା ପାଇଁ ୨,୪୧୦ ଟଙ୍କା, ହରଡ଼ ପାଇଁ ୮,୪୫୦ ଟଙ୍କା, ମୁଗ ପାଇଁ ୮,୭୮୦ ଟଙ୍କା ଏବଂ କପା (ଲଙ୍ଗ ଷ୍ଟାପଲ୍) ପାଇଁ ୮,୬୬୭ ଟଙ୍କା ସହାୟକ ମୂଲ୍ୟ ସ୍ଥିର ହୋଇଛି ।

କୃଷି ମନ୍ତ୍ରାଳୟ ଅନୁଯାୟୀ, ସରକାରଙ୍କ ଏହି MSP ବୃଦ୍ଧି ୨୦୧୮-୧୯ ବଜେଟ୍ ପ୍ରତିଶ୍ରୁତି ମୁତାବକ ଉତ୍ପାଦନ ଖର୍ଚ୍ଚର ଅତିକମରେ ୧.୫ ଗୁଣ ଅଧିକ ହୋଇଥିବାବେଳେ, ମୁଗ ଚାଷୀମାନେ ସର୍ବାଧିକ ୬୧ ପ୍ରତିଶତ ଲାଭ ପାଇବେ ବୋଲି ଆଶା କରାଯାଉଛି । ବିଶେଷ କରି ‘ଶ୍ରୀ ଅନ୍ନ’ ବା ପୁଷ୍ଟିଶସ୍ୟ, ଡାଲି ଓ ତୈଳବୀଜ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଏହି ବର୍ଗରେ ଅପେକ୍ଷାକୃତ ଅଧିକ ମୂଲ୍ୟ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.