ଦୀପାବଳୀ ପର୍ଯ୍ୟନ୍ତ ଟଳିଲା ନିଷ୍ପତ୍ତି: UPI ଉପରେ ଏବେ ଲାଗୁ ହେବନି ଚାର୍ଜ!

0

ଭୁବନେଶ୍ୱର: UPI ଟ୍ରାଞ୍ଜାକ୍ସନ ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ କରିବା ନିଷ୍ପତ୍ତିକୁ ସରକାର ଆପାତତଃ ଦୀପାବଳୀ ପର୍ଯ୍ୟନ୍ତ ଟାଳି ଦେଇଛନ୍ତି। ପର୍ବ ଋତୁକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ବ୍ୟବସାୟୀମାନେ ଲଗାତାର ଏହି ନିଷ୍ପତ୍ତିକୁ ଟାଳିବା ପାଇଁ ଦାବି କରୁଥିଲେ। ପୂର୍ବରୁ ଏହା ଅକ୍ଟୋବର 15 ରୁ ଲାଗୁ ହେବାର ଥିଲା।NPCI ଅର୍ଥାତ୍ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ନିଜର ଅଫିସିଆଲ୍ X ହ୍ୟାଣ୍ଡେଲରେ ଏ ନେଇ ସୂଚନା ଦେଇଛି।

NPCI କହିଛି ଯେ ଚୟନିତ ମର୍ଚାଣ୍ଟ ଟ୍ରାଞ୍ଜାକ୍ସନ ଉପରେ MDR ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳୀ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଅର୍ଥାତ୍ 2000 ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ଯେଉଁ MDR ଅକ୍ଟୋବର 15, 2026 ରୁ ଲାଗୁ ହେବାର ଥିଲା, ତାହା ଏବେ ହେବନି। ଏହା ବ୍ୟବସାୟୀଙ୍କ ପାଇଁ ବଡ ଆଶ୍ୱସ୍ତିର ଖବର।

2000 ଟଙ୍କାରୁ ଅଧିକ ପେମେଣ୍ଟରେ ଲାଗିଥାନ୍ତା MDR

ପ୍ରସ୍ତାବିତ ବ୍ୟବସ୍ଥା ଅନୁସାରେ 2000 ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ 0.4% ଚାର୍ଜ ଲାଗିବାର ଥିଲା। ଯଦି ଜଣେ ଗ୍ରାହକ 4000 ଟଙ୍କାର ସାମଗ୍ରୀ କିଣନ୍ତି ଏବଂ UPI ରେ ପେମେଣ୍ଟ କରନ୍ତି, ତେବେ ଗ୍ରାହକ 4000 ଟଙ୍କା ହିଁ ଦେଇଥାନ୍ତେ, କିନ୍ତୁ ତା’ ଉପରେ ଲାଗୁଥିବା ଚାର୍ଜ ଦୋକାନୀ ବା ମର୍ଚାଣ୍ଟକୁ ଦେବାକୁ ପଡିଥାନ୍ତା।

ଏହି ସ୍ଥାନରେ 5 ଟଙ୍କା ଚାର୍ଜ ଲାଗିଥାନ୍ତା

ଟେଲିକମ୍, ବୀମା, ରେଳବାଇ ଏବଂ ଇନ୍ଧନ ଭଳି କେତେକ କ୍ୟାଟେଗୋରୀରେ 2000 ରୁ ଅଧିକ UPI ପେମେଣ୍ଟ ଉପରେ 5 ଟଙ୍କାର ଫ୍ଲାଟ୍ MDR ଲାଗୁ କରିବା ପ୍ରସ୍ତାବ ଥିଲା। ଏହି ଚାର୍ଜ ମଧ୍ୟ ଗ୍ରାହକଙ୍କଠୁ ଆଦାୟ ହୋଇନଥାନ୍ତା, ମର୍ଚାଣ୍ଟ ହିଁ ଦେଇଥାନ୍ତେ।

ଏବେ କେବେ ଲାଗୁ ହେବ?

ସୂଚନା ଅନୁସାରେ MDR ଲାଗୁ ହେବାର ତାରିଖ ଅକ୍ଟୋବର 15 ଥିଲା, ଯାହା ଏବେ ଦୀପାବଳୀ ପର୍ଯ୍ୟନ୍ତ ଟଳିଛି। ନୂଆ ତାରିଖ ପରେ ଘୋଷଣା କରାଯିବ। ତେଣୁ ଏହା ସମ୍ପୂର୍ଣ୍ଣ ବାତିଲ୍ ହୋଇଛି ନା ଜାନୁଆରୀ 2027 ରୁ ଲାଗୁ ହେବ, ତାହା କହିବା ମୁସ୍କିଲ୍।

Leave A Reply

Your email address will not be published.