ଗଞ୍ଜାମ ବୁଗୁଡ଼ା ୩/୨/୨୬ : ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲ୍ଲା ମାନ୍ୟତା ଦାବିରେ ଘୁମୁସର ବାହିନୀ ପକ୍ଷରୁ ବୁଗୁଡ଼ା ମିଡ଼ିଆ କ୍ଲବ ଠାରେ ଚିଠିଲେଖା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ବୁଗୁଡ଼ା ସହର ସମେତ ଗ୍ରାମାଞ୍ଚଳରୁ ବହୁ ସଂଖ୍ୟାରେ ନସାଧାରଣ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖି ଥିଲେ | ଆଗକୁ ବି ଦାବି ପୂରଣ ନେଇ ବ୍ୟାପକ ସଚେତନତା ସୃଷ୍ଟି ସହ ଚିଠିଲେଖା ଅଭିଯାନ ଓ ଆନ୍ଦୋଳନକୁ ଜୋର୍ଦାର କରାଯିବ ବୋଲି ଘୁମୁସର ଜିଲ୍ଲା ସଂଗ୍ରାମ ସମିତି ବୁଗୁଡ଼ା ଶାଖା ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଥିଲା l ଏଥି ସହ ଭୁବନେଶ୍ୱର ଭଞ୍ଜ ମଣ୍ଡପ ଠାରେ ଫେବୃଆରୀ ୧୦ ଓ ୧୧ ତାରିଖରେ ହେବାକୁ ଥିବା ଘୁମୁସର ମହୋତ୍ସବରେ ବହୁ ସଂଖ୍ୟାରେ ଯୋଗଦେବା ସହ ଭୁବନେଶ୍ୱରରେ ରହୁଥିବା ଘୁମୁସର ଅଞ୍ଚଳ ବାସୀଙ୍କୁ ଏଥିରେ ସାମିଲ କରିବାକୁ ପ୍ରୟାସ କରିବା ପାଇଁ ନିଷ୍ପତି ହୋଇଥିଲା l ବୈଠକରେ
ଘୁମୁସର ବିକାଶ ପରିଷଦ ସଭାପତି ସୋମନାଥ ନାୟକ, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ସଦସ୍ୟ ରବି ନାରାୟଣ ସାମନ୍ତ, ମିଡ଼ିଆ କ୍ଳବ ସଭାପତି ଅନିଲ ପଟ୍ଟନାୟକ, ଉପସଭାପତି ମନୋରଞ୍ଜନ ଦାଶ, ଉପଦେଷ୍ଟା କାଳୀ ଚରଣ ଦାଶ, ଓକିଲ ସଙ୍ଘ ସଭାପତି ଅମର ପଟ୍ଟନାୟକ, ବରିଷ୍ଠ ଓକିଲ ହରପ୍ରସାଦ ଦାଶ,ସ୍ଵାକ୍ତ ଅଧକ୍ଷ ଚିତ୍ତ ରଞ୍ଜନ ଦାଶ,ଚେମ୍ବର ଅଫ କମର୍ସର ସତ୍ୟନାରାୟଣ ଦାଶ,ଆତ୍ମା ଅଧ୍ଯକ୍ଷ ସନ୍ତୋଷ କୁମାର ସାହୁ, ଅରୁଣ ସାହୁ, ବିପିନ ବିହାରୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Comments are closed.