ଗଗୁଆ-ଚୌଦକୁଲାଟ ରାସ୍ତା ର ଖଜୁରୀ ବନ୍ଧ ପଳସିଙ୍ଗା ଆର ଡି ରାସ୍ତାର ଶିଳାନ୍ୟାସ ଉତ୍ସବ
ପଟ୍ଟାମୁଣ୍ଡାଇ ୧୦/୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗଗୁଆ – ଚୌଦକୁଲାଟ ରାସ୍ତାର ଖଜୁରୀ ବନ୍ଧ ପଳସିଙ୍ଗା ଆର ଡିରାସ୍ତାର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବିଜୁଜନତା ଦଳର ଜିଲ୍ଲା ସଭାପତି ଶିବପ୍ରସାଦ ଭଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶିଳାନ୍ୟାସ ସଭାରେ ମୂଖ୍ୟ ଅତିଥିଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ଵର ବେହେରା
ଯୋଗଦେଇ ଆନୁଷ୍ଠାନିକ ଭାବେ ଶିଳାନ୍ୟାସ କରିଥିଲେ।

ଏହି ରାସ୍ତା ହେବାଦ୍ବାରା ପାଞ୍ଚଗୋଟି ପଞ୍ଚାୟତର ଜନସାଧାରଣ ହୋଇପାରିବେ ବୋଲି ବିଧାୟକ ଶ୍ରୀ ବେହେରା ପ୍ରକାଶ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଏହି ଶିଳାନ୍ୟାସ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ଜିଲ୍ଲାପରିଷଦ ସଭ୍ୟା ମଧୁଛନ୍ଦା ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ସରପଞ୍ଚ ଦେବେନ୍ଦ୍ର ପରିଡା, ଅଶ୍ଵିନୀ ପାତ୍ର, ବିଭୁତି ମଲ୍ଲିକ, ରମାକାନ୍ତ ମଲ୍ଲିକ, ସମିତି ସଭ୍ୟା କୁମୁଦିନୀ ପରିଡା, ଚନ୍ଦ୍ରମଣି ବେହୁରା, ଅଜିତ ମହାପାତ୍ର, ଜୟପ୍ରକାଶ ଡିଗ୍ରୀ, ରବିନ୍ଦ୍ର ପରିଡା, ଇସାକ୍ ଖାଁ, ପ୍ରମୁଖ ଶତାଧିକ ବିଜୁଜନତା ଦଳର ନେତା, କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ।