ଆଣବିକ ପ୍ରକଳ୍ପ ବିରୋଧୀ ସଂଗ୍ରାମ ସମିତି ଗଠନ

0

ତେନ୍ତୁଳୀଖୁଣ୍ଟି, ୨୬/୮/୨୦୨୬:(ଶେଖର ଖୁରା )ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅଧିକାର ଓ ଦାବି ଉପସ୍ଥାପନ କରିବା ଉଦ୍ଦେଶ୍ୟରେ ‘ଆଣବିକ ପ୍ରକଳ୍ପ ବିରୋଧୀ ସଂଗ୍ରାମ ସମିତି’ ନାମରେ ଏକ କମିଟି ଗଠନ କରାଯାଇଛି।

ପୁଜାରୀଗୁଡା ଗ୍ରାମରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଗ୍ରାମବାସୀଙ୍କ ଉପସ୍ଥିତିରେ କମିଟିର କର୍ମକର୍ତ୍ତା ଚୟନ କରାଯାଇଥିଲା। ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ଲୋକଙ୍କ ମତାମତ ଓ ଅଧିକାରକୁ ଗୁରୁତ୍ୱ ଦେବା, ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା, ଜନହିତକର କାର୍ଯ୍ୟ କରିବା ଏବଂ ଅଞ୍ଚଳର ସାମଗ୍ରିକ ଉନ୍ନତି ନେଇ କାର୍ଯ୍ୟ କରିବା ଉପରେ ସଭାରେ ଗୁରୁତ୍ୱ ଦିଆଯାଇଥିଲା।

କମିଟିର ସଭାପତି ଭାବେ ଶେଖର ଖୁରା, ଉପସଭାପତି ଭାବେ କୃଷ୍ଣ ଚନ୍ଦ୍ର ପାଡ଼ି, ସମ୍ପାଦକ ଭାବେ ଅଜିତ ଭତ୍ରା ଏବଂ କୋଷାଧ୍ୟକ୍ଷ ଭାବେ କିଶୋର ଚନ୍ଦ୍ର ସିଂଙ୍କୁ ଚୟନ କରାଯାଇଛି।

ସେହିପରି ବନମାଳୀ ଜାନି, ସରୋଜ ସିଂ, ଫଗୁଣୁ ଜାନି, ନିରଞ୍ଜନ କର୍କରା, ଭାସ୍କର ଖୁରା, ସୁବାଷ ପୁଜାରୀ, ବୁଲୁ ସୁନା, ରଘୁନାଥ ଟାକ୍ରୀ, କିଶୋର ପୁଜାରୀ, ସଦା ମହାନ୍ତି, ଗ୍ରେସୀ ମଣି ଖୁରା, କୁମର ପୁଜାରୀ ଓ ବିଜୟ ଦାନ କର୍କରାଙ୍କୁ କମିଟିର ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଛି।

ନବଗଠିତ ସମିତି ଆଗାମୀ ଦିନରେ ଜନସାଧାରଣଙ୍କ ମତାମତକୁ ଗୁରୁତ୍ୱ ଦେଇ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ ନିଜର ଦାବି ଉପସ୍ଥାପନ କରିବା ସହ ଅଞ୍ଚଳର ଜନସ୍ୱାର୍ଥ ଓ ଉନ୍ନତି ପାଇଁ କାର୍ଯ୍ୟ କରିବ ବୋଲି ସଭାରେ ପ୍ରକାଶ କରାଯାଇଥିଲା।ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର,

Leave A Reply

Your email address will not be published.