ଗଜପତି,୨୫.୮(ମନୋଜ ପାଢ଼ୀ)-: ଗଜପତି ପୋଲିସ ପକ୍ଷରୁ ହଜିଯାଇଥିବା ଓ ଚୋରି ହୋଇଥିବା ମୋବାଇଲ ଫୋନ୍ ଗୁଡ଼ିକ ଉଦ୍ଧାର କରି ସେଗୁଡ଼ିକୁ ପ୍ରକୃତ ମାଲିକମାନଙ୍କୁ ଫେରସ୍ତ କରିବା ନିମନ୍ତେ ଏକ ମୋବାଇଲ ଫୋନ୍ ଫେରସ୍ତ ମେଳା ଆୟୋଜିତ ହୋଇଯାଇଛି। ଗଜପତି ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ନେତୃତ୍ବରେ ଏହି ମୋବାଇଲ ଫେରସ୍ତ ମେଳା ଆୟୋଜିତ ହୋଇଥିଲା।ଏହି ଅବସରରେ ଗଜପତି ପୋଲିସ ଦ୍ବାରା ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଥିବା ମୋବାଇଲ ଫୋନ୍ଗୁଡ଼ିକୁ ସମ୍ପୃକ୍ତ ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ନିଜର ହଜିଯାଇଥିବା ମୋବାଇଲ ଫୋନ୍ ଫେରିପାଇ ଲୋକମାନେ ଆନନ୍ଦ ପ୍ରକାଶ କରିବା ସହ ଗଜପତି ପୋଲିସର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ।ଗଜପତି ପୋଲିସର ଏଭଳି ଜନସେବାମୂଳକ ପଦକ୍ଷେପ ଜନସାଧାରଣଙ୍କ ମଧ୍ୟରେ ପୋଲିସ ପ୍ରତି ଆସ୍ଥା ଓ ବିଶ୍ୱାସକୁ ଆହୁରି ସୁଦୃଢ଼ କରିଛି।
Sign in
Sign in
Recover your password.
A password will be e-mailed to you.
Comments are closed.