ବନ୍ୟାଞ୍ଚଳର ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ କଲେ ଜିଲ୍ଲାପାଳ
ପଟ୍ଟାମୁଣ୍ଡାଇ ୨୫/୮-ଚଳିତ ବନ୍ୟାରେ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ୭ଟି ପଂଚାୟତ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି I ବନ୍ୟାଞ୍ଚଳରେ ପରିବେଶ ଦୂଷିତ ହୋଇ ଝାଡାବାନ୍ତି ଜ୍ୱର ଥଣ୍ଡା କାଶ ଆଦି ବିଭିନ୍ନ ପ୍ରକାର ରୋଗ ବ୍ୟାପିବାରେ ଲାଗିଛି I ବନ୍ୟା ବିପନ୍ନ ଲୋକମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ରଘୁରାମ ଆର ଆୟାର ନିର୍ଦେଶ ଦେଇଥିଲେ I ଜିଲ୍ଲାପାଳଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ମୁଖ୍ୟଚିକିତ୍ସାଧିକାରୀ ଡା ନିରାକାର ପରିଡାଙ୍କ ନେତୃତ୍ୱରେ ଧୋୟାଞ୍ଚଳର ପେଣ୍ଠ
ପାଳ ପଂଚାୟତ କାର୍ଯ୍ୟାଳୟ ତୁଳସୀଡିଆ ଠାରେ ଅସ୍ଥାୟୀ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହେବା ସହିତ ଅଣ୍ଢରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଏଥିରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଉପପରିଚାଳକ ଡା ସୁକାନ୍ତ ପ୍ରଧାନ,ସହକାରୀ ପରିଚାଳକ ନୃସିଂହ ଭୂୟାଁ,ପରାମର୍ଶଦାତା ପ୍ରକାଶ ମଥାନ ପଟ୍ଟାମୁଣ୍ଡାଇ ବ୍ଲକର ଡା ଅଭିଲିପ୍ସା ସାହୁ ଡା ଜ୍ୟୋତି ନାରାୟଣ ଦାସ, ଡା ଲଷ୍ମୀପ୍ରିୟା ଦାଶ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ନର୍ସିଙ୍ଗ ଅଫିସର ପ୍ରମୁଖ ଯୋଗ ଦେଇ ସ୍ୱାସ୍ଥ୍ୟ ଶିବିର ଓ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ କାର୍ଯ୍ୟକ୍ରମ କରିଥିଲେ I ଆଜି ଜିଲ୍ଲାପାଳ ରଘୁରାମ ଆର ଆୟାର ଓ ପଟ୍ଟାମୁଣ୍ଡାଇ ବିଡ଼ିଓ ଶୀତଲ ଅଗ୍ରୱାଲ ପ୍ରମୁଖ ସ୍ୱାସ୍ଥ୍ୟ ଶିବିର ଓ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ I ଏହି କାର୍ଯ୍ୟକ୍ରମକୁ ଚିତ୍ତ ରଞ୍ଜନ ଚାନ୍ଦ, ନୃସିଂହ ଦାସ ମଧୁଛନ୍ଦା ମହାପାତ୍ର ଓ ସଞ୍ଜୟ ଦାସ ପରିଚାଳନା କରିଥିଲେ I