୩୮ ହଜାର ଟଙ୍କାରେ ବିକ୍ରି ହେଲା ୨ କ୍ବିଣ୍ଟାଲ୍‌ର ଭେକଟି ମାଛ

ଭୋଗରାଇ: ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ଯାଇଥିବା ବେଳେ ଏକ ବିଶାଳ ମାଛ ଧରାପଡ଼ିଥିଲା। ମାଛଟିକୁ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ସୀମାନ୍ତ ଦୀଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଅଣାଯାଇଥିଲା। ମାଛଟିକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା। ମାଛଟିର ଓଜନ ୨ କ୍ବିଣ୍ଟାଲ୍‌ ଥିଲା। ଏହାକୁ ବିକ୍ରି ପାଇଁ ନିଲାମ ଡକାଯାଇଥିଲା। କୋଲକାତା ବସିରହାଟ ଅଞ୍ଚଳର ଏକ ଔଷଧ ତିଆରି କମ୍ପାନି ନିଲାମ ଧରି ମାଛଟିକୁ ୩୮ ହଜାର ଟଙ୍କାରେ କିଣିନେଇଥିବା ଜଣାପଡ଼ିଛି। ଉକ୍ତ ମାଛଟିକୁ ବଙ୍ଗଳାରେ ଦରିଆ ଭେକଟି ବା ଭୋଲା କଉ କୁହାଯାଉଥିବା ବେଳେ ଇଂରାଜୀରେ ରିକୋଟ୍ କୁହାଯାଏ।

ପ୍ରକାଶ ଥାଉକି ୨ ବର୍ଷ ପୂର୍ବରୁ ଏହିପରି ଏକ ମାଛ ପାରାଦ୍ବୀପ ନିକଟରେ ଧରାଯାଇଥିଲା। ତାକୁ ଦୀଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଅଣାଇ ୩୫ ହଜାର ଟଙ୍କାରେ ବିକ୍ରି କରାଯାଇଥିଲା।

Comments are closed.