ନିର୍ବାଚିତ କଲେଜ ଛାତ୍ରଛାତ୍ରୀଙ୍କୁ ବିଜୁଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧିତ
ପଟ୍ଟାମୁଣ୍ଡାଇ ୧/୧୧ :ଗତ କଲେଜ ନିର୍ବାଚନରେ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଦାଣ୍ଡିସାହୀ ବ୍ରାହ୍ମଣୀ କଲେଜ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ବାଜିମାତ କରିଛି। କଲେଜର ସମସ୍ତ ୧୦ଟି ପଦବୀରେ ବିଜୟ ଲାଭ କରିଛି। ଆଜି ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ବିଜୁଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହିକ୍ରମରେ ବିଜୁଜନତା ଦଳର ଜିଲ୍ଲା ସଭାପତି ଶିବପ୍ରସାଦ ଭଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୂଖ୍ୟ ଅତିଥିଭାବେ ବିଧାୟକ ଗଣେଶ୍ଵର ବେହେରା ଯୋଗଦେଇ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଵା ସହିତ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜ ଲକ୍ଷରେ ନିଷ୍ଠାର ସହ କାର୍ଯ୍ୟକରି ସୁନାମ ଅର୍ଜନ କରିବାକୁ ପରାମର୍ଶ ଦେଇଥିଲେ। ଏହି ବିଜୟ ପଛରେ ଯେଉଁ ବିଜୁଜନତା ଦଳର ନେତୃମଣ୍ଡଳୀ ଓ କର୍ମୀମାନେ ନିଷ୍ଠାର ସହ କାର୍ଯ୍ୟକରି ବିଜୟର ବାନା ଉଡାଇଲେ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ।


ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଭାପତି ସୁରଜ ଦାସ, ସାଧାରଣ ସମ୍ପାଦକ ଅଞ୍ଜଳୀ ପ୍ରିୟା ଧଳ, ଉପସଭାପତି ସଂଗ୍ରାମ ଜେନା, ସହ ସାଧାରଣ ସମ୍ପାଦକ ଶୁଭଲକ୍ଷ୍ମୀ ବେହେରା,
କ୍ରିଡ଼ା ସମ୍ପାଦକ ରୋଶନ କୁମାର ମଲ୍ଲିକ,ସହକ୍ରିଡ଼ା ସମ୍ପାଦକ ବିଷ୍ଣୁ ପ୍ରସାଦ ମଲିକ, ସାଂସ୍କୃତିକ ସମ୍ପାଦକ ପ୍ରତୀକ୍ଷା ଦାସ,ଡି ଏସ ଏ ସମ୍ପାଦକ ଲିପି ଜେନା,ସହ ଡିଏସଏ ସମ୍ପାଦକ ଶୁଭାସିଷ ସାମଲ ପ୍ରମୁଖ ସମ୍ବର୍ଦ୍ଧିତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ବରିଷ୍ଠ ବିଜେଡି ନେତା ଧନେଶ୍ଵର ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟା
ପ୍ରିୟଦର୍ଶିନୀ ତରାଇ, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକ, ପୂର୍ବତନ ସରପଞ୍ଚ କୈଳାସ ସେଠୀ, ସମିତି ସଭ୍ୟ ଅଭୟ ସ୍ଵାଇଁ, ନିରଞ୍ଜନ ବାରିକ, ଶଶାଙ୍କ ବିଶ୍ଵାଳ, ନିରଞ୍ଜନ ସୁନ୍ଦର ରାୟ, ସରପଞ୍ଚ ଦେବବ୍ରତ ନାୟକ,ଅଳପୁଆ ସଭାପତି ସୁକାନ୍ତ ରାଉତ, ପୂର୍ବତନ ସରପଂଚ କୁଳମଣି ମଲିକ,ଯୁବ ନେତା ସୈଭାଗ୍ୟ ରାଉତ ଓ ପ୍ରସେସ ସାମଲ ପ୍ରମୁଖ ଉଦବୋଧନ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ କାର୍ଯ୍ୟକାରୀ ସଭାପତି ଜ୍ୟୋତିରଞ୍ଜନ ପ୍ରଧାନ,ଅଣ୍ଢରା ସୋସାଇଟ ସଭାପତି ବୃନ୍ଦାବନ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ନାୟକ, ଅଭିଷେକ ବିଶ୍ଵାଳ, ଦେବରାଜ ପାଢ଼ୀ,ଚନ୍ଦନ ସାହୁ ପ୍ରମୁଖ ପରିଚାଳନା କରିଥିଲେ।