ଗଜପତି,୨୭.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ପଥରଗଡ଼ ଗ୍ରାମ ନିକଟରେ କାର୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣକ ହେଲେ ମୋହନା ଥାନା ଅନ୍ତର୍ଗତ କାମ୍ପୋଗୁଡ଼ା ଗ୍ରାମର ଇନ୍ଦ୍ରଧନୁ ଦଳାଇ।ସୂଚନା ଅନୁଯାୟୀ, ବ୍ରହ୍ମପୁରରୁ ଚନ୍ଦ୍ରଗିରି ଅଭିମୁଖେ ଯାଉଥିବା ଓଡି ୦୫ ବିଭି -୭୬୬୬ ନମ୍ବର ବିଶିଷ୍ଟ ଟୟୋଟା କାରଟି ପଥରଗଡ଼ ଗ୍ରାମ ନିକଟରେ ଇନ୍ଦ୍ରଧନୁଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବୃଦ୍ଧଙ୍କ ମୃତ୍ୟୁ ପରେ ସେଠାରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା।ଖବର ପାଇ ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହ ଓ କାରକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର କାରଣ ଓ ଗାଡ଼ି ଚାଳକଙ୍କ ସମ୍ପର୍କରେ ପୋଲିସ ଅଧିକ ତଥ୍ୟ ସଂଗ୍ରହ କରୁଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Sign in
Sign in
Recover your password.
A password will be e-mailed to you.