ପଶ୍ଚିମବଙ୍ଗର ପୌର ନିଯୁକ୍ତି ଦୁର୍ନୀତି ମାମଲାରେ ପୂର୍ବତନ ମନ୍ତ୍ରୀ ସୁଜିତ ବୋଷଙ୍କୁ ଗିରଫ କରିଛି ED

କଲକାତା : ପଶ୍ଚିମବଙ୍ଗର ପୌର ନିଯୁକ୍ତି ଦୁର୍ନୀତି ମାମଲାରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ। ଗିରଫ ହେଲେ ପୂର୍ବତନ ମନ୍ତ୍ରୀ ତଥା ଟିଏମସି ନେତା ସୁଜିତ ବୋଷ। ସୋମବାର ସକାଳ ପ୍ରାୟ ୧୦ଟା ୩୦ ମିନିଟରେ ସୁଜିତ ବୋଷ ନିଜ ପୁଅ ସମୁଦ୍ର ବୋଷଙ୍କ ସହ ସଲ୍ଟଲେକ୍ ସ୍ଥିତ CGO କମ୍ପ୍ଲେକ୍ସରେ ପହଞ୍ଚିଥିଲେ। ସେଠାରେ ଦୀର୍ଘ ସମୟର ଜେରା ପରେ ତାଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଏଜେନ୍ସି।ED ର ସୂଚନା ଅନୁଯାୟୀ, ଦକ୍ଷିଣ ଦମଦମ୍ ପୌରପାଳିକାରେ ପ୍ରାୟ ୧୫୦ ଜଣ ପ୍ରାର୍ଥୀଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତି ଦେବା ପାଇଁ ସୁଜିତ ବୋଷ ସୁପାରିଶ କରିଥିଲେ। ଏହାର ବଦଳରେ ସେ ମୋଟା ଅଙ୍କର ଅର୍ଥ ଏବଂ ଏକାଧିକ ଫ୍ଲାଟ୍ ହାସଲ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ତାଙ୍କ ସହ ଜଡ଼ିତ ବ୍ୟାଙ୍କ ଆକାଉଣ୍ଟରେ ବିପୁଳ ପରିମାଣର ନଗଦ ଅର୍ଥ ଜମା ହୋଇଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ୨୦୨୫ ଅକ୍ଟୋବର ୧୦ ତାରିଖରେ ସୁଜିତଙ୍କ କାର୍ଯ୍ୟାଳୟ ସମେତ ୧୩ଟି ସ୍ଥାନରେ ଚଢ଼ାଉ କରି ED ୪୫ ଲକ୍ଷ ଟଙ୍କା ଏବଂ ଅନେକ ଆପତ୍ତିଜନକ ଦସ୍ତାବିଜ ଜବତ କରିଥିଲା। ନିର୍ବାଚନ ସମୟରେ ମଧ୍ୟ ତାଙ୍କୁ ବାରମ୍ବାର ସମନ କରାଯାଇଥିଲା, କିନ୍ତୁ ସେ କୋର୍ଟରୁ ଆଶ୍ୱସ୍ତି ଲୋଡ଼ିଥିଲେ। ଶେଷରେ ଆଜି ତାଙ୍କୁ ହେପାଜତକୁ ନେଇଛି ED।

Comments are closed.