ଏବେ ଠାରୁ କାର୍ଯ୍ୟକାରୀ ହୋଇପାରିବ ମହିଳା ସଂରକ୍ଷଣ – ରାହୁଲ ଗାନ୍ଧୀ

ଡେସ୍କ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ୨୦୧୦ରେ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ ଆଣିଥିବା ମହିଳା ସଂରକ୍ଷଣ ବିଲରେ ଓବିସି କୋଟା ପାଇଁ ସଂରକ୍ଷଣ ପ୍ରଦାନ କରାଯାଇ ନ ଥିବାରୁ ସେ ଦୁଃଖିତ। ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଗାନ୍ଧୀ ଗତକାଲି ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେବାକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ସଂରକ୍ଷଣ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଏହାର କାର୍ଯ୍ୟକାରିତା ପୂର୍ବରୁ ଜନଗଣନା ଏବଂ ସୀମା ନିର୍ଦ୍ଧାରଣ କରାଯିବା ଆବଶ୍ୟକ। ଏହା ଜଟିଳ ପ୍ରସଙ୍ଗ ହୋଇ ନ ଥିବାରୁ ସଂରକ୍ଷଣ ଏବେ ଠାରୁ କାର୍ଯ୍ୟକାରୀ ହୋଇପାରିବ ବୋଲି ଶ୍ରୀ ଗାନ୍ଧୀ ଦାବି କରିଛନ୍ତି।

Comments are closed.