ଓଡ଼ିଆ ବାର୍ତ୍ତା, ଭୁବନେଶ୍ୱର, ୨/୮(କୃଷ୍ଣ କୁମାର ମହାନ୍ତି): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ‘ନିଶାମୁକ୍ତ ଯୁବ – ବିକଶିତ ଭାରତ ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଏକ ସଚେତନତା କାର୍ଯ୍ୟକ୍ରମ ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟର ପି.ଜି. କାଉନସିଲ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ପି.ଜି. କାଉନସିଲର ଅଧ୍ୟକ୍ଷ ପ୍ରଫେସର ଜଗ୍ନେଶ୍ୱର ଦଣ୍ଡପାଟ, ପି.ଜି. ହଷ୍ଟେଲ୍ର ଡେପୁଟି ୱାର୍ଡେନ ଡ଼. ଶିବଶଙ୍କର ମହାନ୍ତି, ଏନ୍.ଏସ୍.ଏସ୍. ସମନ୍ୱୟକ ଡ଼. ଶାନ୍ତି ସ୍ୱରୂପ ସାହୁ, ସ୍ୱଚ୍ଛତା ଅଭିଯାନର ଓଏସ୍.ଡି. ଡ଼. ପରମାନନ୍ଦ ନାୟକ ଓ ଏନ୍.ଏସ୍.ଏସ୍. ପ୍ରୋଗ୍ରାମ୍ ଅଫିସର ଡ଼. କବିତା ଦାସ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ନିଶାମୁକ୍ତ ଜୀବନଶୈଳୀ ଅବଲମ୍ବନ କରିବା ଏବଂ ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ।

ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ଶତାଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ‘ନିଶାମୁକ୍ତ ଭାରତ’ ଗଠନ ପାଇଁ ସମୂହ ଶପଥ ପାଠ କରିଥିଲେ। ଯୁବପିଢ଼ି ନିଶାରୁ ଦୂରେଇ ରହି ଏକ ସୁସ୍ଥ, ସଚେତନ ଓ ବିକଶିତ ଭାରତ ଗଠନରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ବକ୍ତାମାନେ ଆହ୍ୱାନ ଜଣାଇଥିଲେ।
Comments are closed.