ଦ୍ବିତୀୟ ‘ଟି୨୦’ କ୍ରିକେଟ୍‌ ମ୍ୟାଚ୍‌: ନିଉଜିଲାଣ୍ଡ୍‌ ବିପକ୍ଷରେ ପ୍ରଥମେ ବ୍ୟାଟିଙ୍ଗ୍‌ କରୁଛି ଭାରତ

ମାଉଣ୍ଟ୍‌ ମଙ୍ଗନୁଇ: ଆଜି ନିଉଜିଲାଣ୍ଡ୍‌ର ମାଉଣ୍ଟ୍‌ ମଙ୍ଗନୁଇସ୍ଥିତ ବେ’ ଓଭାଲ୍‌ରେ ଆୟୋଜିତ ଦ୍ବିତୀୟ ‘ଟି୨୦’ କ୍ରିକେଟ୍‌ ମ୍ୟାଚ୍‌ରେ ଟସ୍‌ ଜିଣିବା ପରେ ପ୍ରଥମେ ବୋଲିଙ୍ଗ୍‌ କରିବାକୁ ନିଉଜିଲାଣ୍ଡ୍‌ ନିଷ୍ପତ୍ତି ନେଇ ବ୍ୟାଟିଙ୍ଗ୍‌ କରିବା ଲାଗି ଭାରତକୁ ଆମନ୍ତ୍ରଣ କରିଛି।

ଭାରତ ତରଫରୁ ‌ଓପେନର୍‌ ଭାବେ ଯାଇ ପନ୍ତ ଓ କିଷନ୍‌ ବ୍ୟାଟିଙ୍ଗ୍‌ କରୁଛନ୍ତି। ନିଉଜିଲାଣ୍ଡ୍‌ ତରଫରୁ ପ୍ରଥମେ ବୋଲିଙ୍ଗ୍‌ କରିବାକୁ ନୂଆ ବଲ୍‌ ନେଇଛନ୍ତି ଟିମ୍‌ ସାଉଥି।

ସଦ୍ୟତମ ସୂଚନା ଅନୁସାରେ, ପ୍ରଥମ ୧.୪ ଓଭର୍‌ରେ ଭାରତ ୧୩ ରନ୍‌ ସଂଗ୍ରହ କରି ଖେଳୁଛି।

ଭାରତୀୟ ଟିମ୍‌ରେ ଖେଳୁଛନ୍ତି: ଈଶାନ୍‌ କିଷନ୍‌, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ୍‌ ଆୟର୍‌, ଦୀପକ ହୁଦା, ହାର୍ଦ୍ଦିକ ପାଣ୍ଡ୍ୟା, ୱାସିଂଟନ୍‌ ସୁନ୍ଦର, ଶୁଭମ୍‌ ଗିଲ୍‌, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ମହମ୍ମଦ୍‌ ସିରାଜ ଓ ଯୁଜବେନ୍ଦ୍ର ଚହଲ୍‌।

ସେହିପରି ନିଉଜିଲାଣ୍ଡ୍‌ ଟିମ୍‌ରେ ଖେଳୁଛନ୍ତି, ଫିନ୍‌ ଏଲେନ୍‌, ଦିବନ୍‌ କନ୍‌ୱେ, କେନ୍‌ ୱିଲିୟମ୍‌ସନ୍‌, ଗ୍ଲେନ୍‌ ଫିଲିପ୍‌, ଡେରିଲ୍‌ ମିସେଲ୍‌, ଜେମ୍‌ସ୍‌ ନୀଶାମ୍‌, ମିସେଲ୍‌ ସାଣ୍ଟର୍‌, ଈଶ୍‌ ସୋଢ଼ି, ଟିମ୍‌ ସାଉଥି ଆଦାମ୍‌ ମିଲନି ଓ ଲକି ଫର୍ଗୁସନ୍‌।

Comments are closed.