ଆନ୍ତର୍ଜାତିକ କ୍ରିକେଟ୍‌ରେ ୪୦୦୦ ରନ୍‌ ସଂଗ୍ରହ କରିବାରେ ଦ୍ବିତୀୟ ଭାରତୀୟ ୱିକେଟ୍‌-ରକ୍ଷକ ହେଲେ ଋଷଭ ପନ୍ତ୍‌

ନୂଆଦିଲ୍ଲୀ: ଆନ୍ତର୍ଜାତିକ କ୍ରିକେଟ୍‌ ମ୍ୟାଚ୍‌ରେ ଆଜି ଋଷଭ ପନ୍ତ ୪୦୦୦ ରନ୍‌ ସଂଗ୍ରହ କରିଥିବା ଦ୍ବିତୀୟ ଭାରତୀୟ ୱିକେଟ୍‌-ରକ୍ଷକ ମାନ୍ୟତା ହାସଲ କରିଛନ୍ତି। ଆଜି ବାଂଲାଦେଶର ‘ଜହୁର୍‌ ଅହମଦ୍‌ ଚୌଧୁରୀ ଷ୍ଟାଡିୟମ୍‌’ରେ ଚାଲିଥିବା ଭାରତ-ବାଂଲାଦେଶ ଓପେନିଙ୍ଗ୍‌ ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ଇନିଙ୍ଗ୍‌ସ୍‌ରେ ଋଷଭ ଏହି କୃତ୍ବିତ୍ବ ହାସଲ କରିଛନ୍ତି।

ଆନ୍ତର୍ଜାତିକ କ୍ରିକେଟ୍‌ ମ୍ୟାଚ୍‌ରେ ୪୦୦୦ ରନ୍‌ରୁ ଅଧିକ ସଂଗ୍ରହ କରିଥିବା ଆଉ ଜଣେ ଭାରତୀୟ ଖେଳାଳି ହେଉଛନ୍ତି ୱିକେଟ୍‌-ରକ୍ଷକ ଏମ୍‌.ସ୍‌. ଧୋନୀ।  ୫୩୫ଟି ଆନ୍ତର୍ଜାତିକ ମ୍ୟାଚ୍‌ରେ ଧୋନୀ ୧୫ଟି ଶତକ ଓ ୧୦୮ଟି ଅର୍ଦ୍ଧ-ଶତକ ସମେତ ୪୪.୭୪ ହାରରେ ୧୭୦୯୨ ରନ୍‌ ସଂଗ୍ରହ କରିଛନ୍ତି।

ସେହିପରି, ଏଯାବତ୍‌ ୧୨୮ଟି ମ୍ୟାଚ୍‌ ଖେଳିଥିବା ପନ୍ତ୍‌ ୧୫୯ ରନ୍‌ କରି ଅପରାଜିତ ରହିବା ସହିତ ୩୩.୭୮ ହାରରେ ୪୦୨୧ ରନ୍‌ ସଂଗ୍ରହ କରିଛନ୍ତି।

ଭାରତୀୟ ଟିମ୍‌ର ୱିକେଟ୍‌-କିପର୍‌ ହୋଇ ଥିଲେ ବି ୧୦୯ଟି ମ୍ୟାଚ୍‌ରେ ପନ୍ତ୍‌ ୬ଟି ଶତକ ଓ ୧୫ଟି ଅର୍ଦ୍ଧ-ଶତକକୁ ମିଶାଇ ୩୬୫୧ ରନ୍‌ ସଂଗ୍ରହ କରିଛନ୍ତି।

ଆଜିର ମ୍ୟାଚ୍‌ରେ ପନ୍ତ୍‌ ୪୫ଟି ବଲ୍‌ରେ ୨ଟି ଛକା ଓ ୬ଟି ଚୌକା ମାରି ୪୬ ରନ୍‌ ସଂଗ୍ରହ କରିଛନ୍ତି। ମ୍ୟାଚ୍‌ର ପ୍ରାରମ୍ଭରେ ଭାରତୀୟ ଖେଳାଳି ଶୁବମନ୍‌ ଗିଲ୍‌, କେ.ଏଲ୍‌. ରାହୁଲ୍‌ ଓ ବିରାଟ କୋହଲି ଅଳ୍ପ ସମୟ ବ୍ୟବଧାନରେ ଆଉଟ୍‌ ହୋଇଯିବା ପରେ ଚତୁର୍ଥ ୱିକେଟ୍‌ରେ ସେ ଚେତେଶ୍ବର ପୂଜାରାଙ୍କ ସହିତ ମିଶି ଭାରତ ପାଇଁ ୬୪ ରନ୍‌ କରାଇଥି‌ଲେ।

ଶେଷରେ ମେହିଦୀ ହସନ୍‌ ମିର୍ଜାଙ୍କ ବଲ୍‌ ଖେଳିବାକୁ ଯାଇ ପନ୍ତ୍‌ ଆଉଟ୍‌ ହୋଇଯାଇଛନ୍ତି।

Comments are closed.