ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ବସିଥିବା ଆନ୍ଦୋଳନକାରୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କହି‌ଲେ ସୁପ୍ରିମ୍‌କୋର୍ଟ

ଭୁବନେଶ୍ବର: ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ପ୍ରସଂଗରେ ନିଜର ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। କଟକରୁ ହାଇକୋର୍ଟକୁ ଭୁବନେଶ୍ୱର ସ୍ଥାନାନ୍ତର ପ୍ରସଙ୍ଗରେ ମତ ରଖି ଅଦାଲତ କହିଛନ୍ତି ଯେ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକତା ନାହିଁ। ଏକାଧିକ ବେଞ୍ଚ ସ୍ଥାପନର ପ୍ରଶ୍ନ ଉଠୁନାହିଁ ବୋଲି  ସୁପ୍ରିମକୋର୍ଟ ମତ ରଖିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ ଆହୁରି ବି କହିଛନ୍ତି ଯେ ମନଇଚ୍ଛା କୋର୍ଟ ସ୍ଥାନାନ୍ତର ଦାବି କଲେ ଏହା ହୋଇପାରିବନି। ବୈଷୟିକ ଜ୍ଞାନକୌଶଳର ବହୁଳ ପ୍ରସାର ଘଟିଛି। ଶୁଣାଣି କରି ଅଦାଲତ ଆନ୍ଦୋଳନକାରୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟ ଏହା ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ଏହାଛଡା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତାବକୁ ମଧ୍ୟ ଖାରଜ କଲେ ସୁପ୍ରିମକୋର୍ଟ । ଯେଉଁ ଅଳ୍ପ କିଛି ଆଶା ଥିଲା ଆଇନଜୀବୀଙ୍କ ଆଚରଣ ଯୋଗୁଁ ମଉଳିଗଲା ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

Comments are closed.