ଜିଲ୍ଲାସ୍ତରୀୟ ଡେଙ୍ଗୁ ବିରୋଧୀ ମାସ-୨୦୨୬ ସଚେତ ନତା କାର୍ଯ୍ୟକ୍ରମ ।

0

ଗଜପତି,8.7(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅନ୍ତର୍ଗତ ଏନ:ଭି:ବି:ଡି:ସି:ପି ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ ଡେଙ୍ଗୁ ବିରୋଧୀ ମାସ-୨୦୨୬ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ସଚେତନତା କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରି ଏନ:ଭି:ବି:ଡି:ସି:ପି କନସଲଟାଣ୍ଟ ଶ୍ରୀ କୁମୁଦ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ମଞ୍ଜୁରାଣୀ ଜେନା ଏବଂ ଡି:ପି:ଏଚ:ଓ ତଥା କାର୍ଯ୍ୟକ୍ରମର ଜିଲ୍ଲା ନୋଡାଲ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ମହାପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ସଚେତନତା ହିଁ ଡେଙ୍ଗୁ ନିରାକରଣ ଓ ନିୟନ୍ତ୍ରଣର ମୂଳ ମନ୍ତ୍ର । ଆମେ ନିଜେ ସଚେତନ ହୋଇ ଆମ ପରିବେଶ ଚତୁର୍ପାର୍ଶ୍ୱ ସଫା ସୁତୁରା ରଖିଲେ ଡେଙ୍ଗୁ ରୋଗର ସହଜ ନିରାକରଣ ଓ ନିୟନ୍ତ୍ରଣ କରିହେବ । ଡେଙ୍ଗୁ ରୋଗ ଏଡିଶ ମଶା କାମୁଡିବା ଦ୍ଵାରା ହୋଇଥାଏ କହି ଡେଙ୍ଗୁ ରୋଗର କାରଣ , ଲକ୍ଷଣ , ତାର ଚିକିତ୍ସା ପଦ୍ଧତି , ନିରାକରଣ ଓ ନିୟନ୍ତ୍ରଣର ବିଭିନ୍ନ ଦିଗ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମରେ ଏ:ଡି:ପି:ଏଚ:ଓ ଡ଼ାଃ ଆନନ୍ଦ ସାମନ୍ତରାୟ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସଲେମାନ ରାଇକା , ଏ:ଡି:ପି:ଏଚ:ସି:ଓ ଶ୍ରୀମତୀ ନୟନା ମଲ୍ଲିକ ଏବଂ ଏପିଡୋମିଲୋଜିଷ୍ଟ ସାବିତ୍ରୀ ରାଉତବପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଡେଙ୍ଗୁ ରୋଗ ଠାରୁ ଦୂରେଇ ରହିବା ପାଇଁ କଣ ସବୁ କରିବାକୁ ଏବଂ ସାବଧାନତା ରହିବାକୁ ହେବ , ଏହି ଡେଙ୍ଗୁ ରୋଗର ମୁଖ୍ୟ ବାହକ ଏଡ଼ିଶ ମଶା କେଉଁ କେଉଁ ସ୍ଥାନରେ ତାର ବଂଶବୃଦ୍ଧି କରିବାରେ ସହାୟକ ହୋଇଥାଏ ଏବଂ ଡେଙ୍ଗୁ ଜ୍ୱର ପ୍ରତି କିଭଳି ସତର୍କ ରହିବା ସହ ସଚେତନତା ଜରୁରୀ , ସେ ସବୁର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
ଏନ:ଭି:ବି:ଡି:ସି:ପି କନସଲଟାଣ୍ଟ ଶ୍ରୀ କୁମୁଦ ଚନ୍ଦ୍ର ସାହୁ ପାୱାର ପଏଣ୍ଟ ପ୍ରଦର୍ଶନ ମାଧ୍ୟମରେ ଡେଙ୍ଗୁ ରୋଗ ସମ୍ଭନ୍ଧୀୟ ବିଭିନ୍ନ ଉପାଦେୟ ତଥ୍ୟ ସବୁ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଶତାଧିକ ସଂଖ୍ୟାରେ ଭି:ବି:ଡି:ଟି:ଏସ ସମେତ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ଏଲ:ଟି , ପି:ଏଚ:ଇ:ଓ , ବ୍ଲକ୍ ଏକାଉଣ୍ଟ୍ ମ୍ୟାନେଜର , ଭି:ବି:ଡି:ସି , ଡାଟା ଏଣ୍ଟ୍ରି ଅପରେଟର , ଆଶା ଓ ଏ:ଏନ:ଏମ କର୍ମୀ , ପ୍ଲାନ୍ ଇଣ୍ଡିଆ ଏବଂ ପିରାମଲ୍ ଫାଉଣ୍ଡେସନ ପ୍ରଭୃତ ସଂସ୍ଥା ଓ ଅନୁଷ୍ଠାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.