ବଡମୂଳବସନ୍ତ ହାଇସ୍କୁଲ ଛାତ୍ର ନିଖୋଜକୁ ନେଇ ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି ଥାନାରେ ଏତଲା ପୁଲିସର ତଦନ୍ତ ଆରମ୍ଭ
ପଟ୍ଟାମୁଣ୍ଡାଇ ୨୪/୯: ପଟ୍ଟାମୁଣ୍ଡାଇ ବ୍ଲକ ତଥା ଆଦର୍ଶ ଥାନା ଅନ୍ତର୍ଗତ ବଡମୂଳବସନ୍ତ ପଂଚାୟତର ନିତାଇ ଚୈାତନ୍ୟ ହାଇସ୍କୁଲର ଜନୈକ ଛାତ୍ର ନିଖୋଜ ହେବା ଘଟଣା ସ୍ଥାନୀୟ ଅଂଚଲରେ ଆଲୋଡନ ସୃଷ୍ଟି କରିଛି । ଏହି ଛାତ୍ରଜଣକ କେଉଁ ଆଡେ ଚାଲିଯାଇଛି କିମ୍ବା ତାକୁ କେହି ଅପହରଣ କରିଛି । ତାହାର କୌଣସି ସଠିକ ସୂଚନା ମିଳିନାହିଁI ଏଥିନେଇ ନିଖୋଜ ଛାତ୍ରଙ୍କ ପରିବାର ପକ୍ଷରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପଟ୍ଟାମୁଣ୍ଡାଇ ଆଦର୍ଶଥାନା ପୁଲିସ ଏହି ନିଖୋଜ ଅଭିଯୋଗ ର ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବଡମୂଳବସନ୍ତ ପଂଚାୟତର ସାନମୂଳବସନ୍ତ ଗ୍ରାମର ଅଶୋକ କୁମାର ଜେନାଙ୍କ ପୁଅ ଶଙ୍କର ପ୍ରସାଦ ଜେନା (୧୪) ଗତକାଲି ସ୍କୁଲ ବ୍ୟାଗ ସହିତ ଘରୁ ବାହାରି ସ୍କୁଲକୁ ପାଠ ପଢିବା ପାଇଁ ଯାଇଥିଲା । ମାତ୍ର ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଶଙ୍କର ଘରକୁ ନଫେରିବାରୁ ପରିବାର ଲୋକମାନେ ବ୍ୟତିବ୍ୟସ୍ତ ହୋଇପଡିଥିଲେ । ଏ ସଂପର୍କରେ ପରିବାର ଲୋକମାନେ ଖୋଳତାଡ କରିବାରୁ ଶଙ୍କର ସ୍କୁଲ ଓ ଟିଉସନକୁ ଯାଇନଥିବା ଜଣାପଡିଥିଲା । ଏହା ପରେ ପରିବାର ଲୋକମାନେ ସାହିପଡିଶା ଓ ବନ୍ଧୁ ବାନ୍ଧବଙ୍କ ଘରେ ଖୋଜାଖୋଜି କରିଥିଲେ ମଧ୍ୟ ଶଙ୍କରଙ୍କର କୈାଣସି ପତ୍ତା ମିଳିନଥିଲା । ସବୁଠି ନିରାଶ ହେବାପରେ ନିଖୋଜ ଶଙ୍କରଙ୍କର ମା ଅହଲ୍ୟା ଜେନା ପଟ୍ଟାମୁଣ୍ଡାଇ ଅଦର୍ଶଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସ୍ଥାନୀୟ ପୁଲିସ ଏ ସଂପର୍କରେ ଏକ ନିଖୋଜ ମାମଲା ରୁଜୁ କରିବା ସହିତ ନିତାଇଚୈତନ୍ୟ ହାଇସ୍କୁଲକୁ ଯାଇ ନିଖେଜ ଛାତ୍ର ସଂପର୍କରେ ଛାନଭିନ କରିଛି । ଏ ସଂପର୍କରେ ନିତାଇଚୈତନ୍ୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦିଲ୍ଲୀପ ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଲେ ଯେ ସମ୍ପୃକ୍ତ ଛାତ୍ର ଶଙ୍କର ଗତ ସେପ୍ଟମ୍ବର ୫ ତାରିଖ ଠାରୁ ଗତକାଲି ୨୩ ତାରିଖ ବୁଧବାର ପର୍ଯ୍ୟନ୍ତ ସ୍କୁଲକୁ ଆସି ନାହିଁ ବୋଲି ପ୍ରକାଶ କରିବା ସହିତ ଏସଂପର୍କରେ ସେ ଅଧିକ କିଛି ଜାଣିନଥିବା ପ୍ରକାଶ କରିଛନ୍ତି ।
Comments are closed.