ବୁଗୁଡ଼ା : ୧୪।୨ ( ଡ . କୁମୁଦ ଚନ୍ଦ୍ର ବେହେରା) ବୁଗୁଡ଼ା ସହରର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ରାସ୍ତା ର ସୌନ୍ଦର୍ଯ୍ୟକରଣ ସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ରାସ୍ତା ରେ ହୋଇଥିବା ଡିଭାଇଡର ବ୍ୟବସ୍ଥା ଅଧପନ୍ତରିଆ ରହିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଥମ କରି ୨୦୧୪-୧୫ ଆର୍ଥିକ ବର୍ଷ ରେ ବୁଗୁଡ଼ା ସହର ଦେଇ ଯାଇଥିବା ୩୩ନଂ ରାଜ୍ୟ ରାଜପଥ ରେ ଡିଭାଇଡର ବ୍ୟବସ୍ଥା ହୋଇଥିଲା । ତେବେ କେବଳ ମଦନ ମୋହନ ଛକ ଠାରୁ ସିନେମା ହଲ୍ ଛକ ପର୍ଯ୍ୟନ୍ତ ଡିଭାଇଡର ନିର୍ମାଣ ହୋଇଥିଲ ହେଁ ମୁଖ୍ୟ ବଜାର ସହିତ ହାଇ ସ୍କୁଲ୍ ଛକ ଠାରୁ ବଡ଼ ଶଙ୍ଖ ପର୍ଯ୍ୟନ୍ତ ରାସ୍ତା ରେ ଡିଭାଇଡର କରିବା ପାଇଁ ପ୍ରସ୍ତାବ ଥିଲେ ସୁଦ୍ଧା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ନହୋଇ ଶୀତଳ ଭଣ୍ଡାର ରେ ପଡ଼ି ରହିଛି । ବିଭାଗୀୟ କର୍ତ୍ତୃପକ୍ଷ ରାସ୍ତା ର ସଂକୀର୍ଣ୍ଣତା ଯୋଗୁଁ ଡିଭାଇଡର ହୋଇପାରୁ ନଥିବା ଦର୍ଶାଉଥିବା ବେଳେ ପୋଲସରା ସହର ର ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପ୍ରାୟ ୩ କି.ମି ରାସ୍ତା ରେ ଡିଭାଇଡର ବ୍ୟବସ୍ଥା ହୋଇଥିଲା ହେଁ ସେହି ଏକା ନିର୍ବାଚନ ମଣ୍ଡଳୀ ରେ ଆସୁଥିବା ବୁଗୁଡ଼ା ସହର ପ୍ରତି ବୈମାତୃକ ମନୋଭାବ କାହିଁକି ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି । ଅସମ୍ପୂର୍ଣ୍ଣ ଡିଭାଇଡର କୁ ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ନେବାକୁ ସାଧାରଣରେ ଦୃଢ଼ ଦାବି ହେଉଛି ।
Sign in
Sign in
Recover your password.
A password will be e-mailed to you.
Comments are closed.