ବନ୍ୟାଞ୍ଚଳ ବୁଲିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରଶାସନଙ୍କୁ ନିର୍ଦେଶ

0

ପଟ୍ଟାମୁଣ୍ଡାଇ ୪/୮ : ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ପଟ୍ଟାମୁଣ୍ଡାଇ ବନ୍ୟାଞ୍ଚଳ ବୁଲି ଦେଖିବା ସହିତ ବିପନ୍ନ ଲୋକମାନଙ୍କ ସହିତ ଆଲୋଚନା କରିଥିଲେI ଉପ ମୁଖ୍ୟମନ୍ତ୍ରୀ ଶ୍ରୀସିଂହଦେଓ ପଟ୍ଟାମୁଣ୍ଡାଇ ବ୍ଲକର କ୍ଷତିଗସ୍ତ ସିଂହଗାଁ ପଂଚାୟତର କୃଷ୍ଣଦାସପୁର ରେ ପହଂଚି ବିପନ୍ନ ଲୋକମାନଙ୍କ ସହିତ ଆଲୋଚନା କରି ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝି ଥିଲେ I ବିପନ୍ନ ଲୋକମାନେ ବନ୍ୟାରେ ବ୍ୟାପକ ଫସଲ ହାନି ଘରଦ୍ୱାର ଭାଙ୍ଗିବା ରାସ୍ତା ଘାଟ ଧୋଇ ଯିବା ସହିତ ସ୍କୁଲ କଲେଜ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଅଫିସ ଦପ୍ତର କ୍ଷତିଗସ୍ତ ହୋଇ ନେଇ ବନ୍ୟା କ୍ଷୟକ୍ଷତି ସମ୍ପର୍କ ରେ ଉପମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଥିଲେ I ଉପମୁଖ୍ୟମନ୍ତ୍ରୀ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଉପଜିଲ୍ଲା ପାଳ,ବି ଡି ଓ ଓ ତହସିଲଦାର ଙ୍କ ସହିତ ଆଲୋଚନା କରିଥିଲେ I ଏହା ପରେ ଉପମୁଖ୍ୟମନ୍ତ୍ରୀ ପେଣ୍ଠପାଳ ପଂଚାୟତ ଦାଣ୍ଡିସାହି ପିଏମଶ୍ରୀ ଜୟହିନ୍ଦ ହାଇସ୍କୁଲ ଯାଇ ବନ୍ୟା କ୍ଷୟକ୍ଷତି ଓ ବନ୍ୟାରେ ସ୍କୁଲ କଲେଜ କ୍ଷତିଗସ୍ତ ହୋଇଥିବା ନେଇ ପ୍ରଧାନ ଶିକ୍ଷକ ବନ୍ୟା ବିପନ୍ନ ଲୋକ ଓ ପ୍ରଶାସନିକ ଅଧିକାରୀଙ୍କ ଆଲୋଚନା କରିଥିଲେ I ଏହା ପରେ ଉପମୁଖ୍ୟମନ୍ତ୍ରୀ ବନ୍ୟା କ୍ଷତିଗସ୍ତ ଅମୃତମଣୋହି ପଂଚାୟତ ନୂଆଦିଆ ଓ ବଲୁରିଆ ପଂଚାୟତ ସିଦ୍ଧବାଲି ଯାଇ ବିପନ୍ନ ଲୋକମାନଙ୍କୁ ଭେଟି ବନ୍ୟା କ୍ଷୟକ୍ଷତି ସମ୍ପର୍କ ରେ ଆଲୋଚନା କରି ସମସ୍ତ ବନ୍ୟା ବିପନ୍ନ ଲୋକମାନଙ୍କୁ ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦେଶ ଦେଇଥିଲେ i ଉପମୁଖ୍ୟମନ୍ତ୍ରୀଙ୍କ ସହିତ ମହାକାଳପଡା ବିଧାୟକ ଡ଼ ଦୂର୍ଗା ପ୍ରସନ୍ନ ନାୟକ, ରାଜ୍ୟ ବିଜେପି ଉପସଭାପତି ବିଷ୍ଣୁ ଦାସ, କେନ୍ଦ୍ରାପଡ଼ା ବିଜେପି ବିଧାୟିକା ପାର୍ଥି ଗୀତାଞ୍ଜଳି ସେଠୀ,ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ ପୂର୍ବତନ ଜିଲ୍ଲା ସଭାପତି କିଶୋର ପଣ୍ଡା କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର,ଏସ ପି ସିଦ୍ଧାର୍ଥ କଟାରିଆ ଉପଜିଲ୍ଲାପାଳ ଅରୁଣ ନାୟକ ପି ଡ଼ି ଅଜାମ୍ବର ମହାନ୍ତି ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ, ବିଡ଼ିଓ ଶୀତଲ ଅଗ୍ରୱାଲ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ମେଡିକାଲ ଅଫିସର ଡା ନିରାକାର ପରିଡା, ପଟ୍ଟାମୁଣ୍ଡାଇ ଏସ ଡ଼ି ପି ଓ ସୁକାନ୍ତ ପାତ୍ର, ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର,ବ୍ଲକ ସହକାରୀ ଯନ୍ତ୍ରୀ ପ୍ରସନ୍ନ ରାଉତ ପଟାମୁଣ୍ଡାଇ ବ୍ଲକ ପୂର୍ବତନ ଅଧକ୍ଷ ମାନସ ରଞ୍ଜନ ସାମଲ ଓ ପୂର୍ବତନ ଉପାଧକ୍ଷ ସୁଶାନ୍ତ ଦାସ, ଓ ଯୁବ ନେତା ସୁଶାନ୍ତ ବାରିକ ପ୍ରମୁଖ ସ୍ଥାନୀୟ ଲୋକପ୍ରତିନିଧି ବିଜେପି ନେତା କର୍ମକର୍ତ୍ତା ଓ ବିଭିନ୍ନ ବିଭାଗ ଅଧିକାରୀ ସାମିଲ ହୋଇ ଥିଲେ I ସିଂହଗାଁ ସରପଞ୍ଚ ଗଣେଶ ଦାସ ସମିତି ସଭ୍ୟ ଅଭୟ ସ୍ୱାଇଁ ପେଣ୍ଟପାଳ ସରପଞ୍ଚ ଅନ୍ନପୂର୍ଣ୍ଣା ସେଠୀ,ଅଣ୍ଢରା ସରପଞ୍ଚ କଳ୍ପନା ଜେନା ଅମୃତମଣୋହିଁ ସରପଞ୍ଚ ପ୍ରତିନିଧି ସିଦ୍ଧାର୍ଥ ଦାସ ବଲୁରିଆ ସରପଞ୍ଚ ଦେବକୀ ମଲିକ ଓ ପୂର୍ବତନ ସରପଞ୍ଚ ରତିକାନ୍ତ ସାହାଣୀ ପ୍ରମୁଖ ବରିଷ୍ଠ ଵିଜେପି ନେତା ମାଧବ ମଲିକ ଉପମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଦାବୀପତ୍ର ପ୍ରଦାନ କରିଥିଲେ Iଦାଣ୍ଡିସାହି କୃଷ୍ଣଦାସପୁର ଅଣ୍ଢରା, ନୂଆଡ଼ିଆ ଓ ସିଦ୍ଧବାଲି ଠାରେ ବିଜେପି ନେତା କର୍ମୀ ଓ ଜନସାଧାରଣଙ୍କ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଉପମୁଖ୍ୟମନ୍ତ୍ରୀ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ ବନ୍ୟା ବିପନ୍ନ ଅଂଚଳ ପରିଦର୍ଶନ କରିବା ପରେ ସିଦ୍ଧବାଲି ଠାରୁ ଆଳି ଆଭିମୁଖେ ଯାତ୍ରା କରିଥିଲେ I

Leave A Reply

Your email address will not be published.