ବିଜୁପଟ୍ଟନାୟକ ଛକ ବାଇପାସ୍ ଠାରେ ପୁଲିସ ଟ୍ରାଫିକ ପୋଷ୍ଟ କରିଵାକୁ ବିଭିନ୍ନ ମହଲରେ ଦାବୀ

0

ପଟ୍ଟାମୁଣ୍ଡାଇ ୨୭/୭ : ପଟ୍ଟାମୁଣ୍ଡାଇ ସହରର ମୂଖ୍ୟ ଦ୍ଵାର ବିଜୁପଟ୍ଟନାୟକ ଛକ ବାଇପାସ୍ ଠାରେ ପୁଲିସ ଟ୍ରାଫିକ ପୋଷ୍ଟ କରିଵାକୁ ବିଭିନ୍ନ ମହଲରେ ଦାବୀ ଜୋର ଧରିଛି। ପଟ୍ଟାମୁଣ୍ଡାଇର ଏହି ଜନଗହଳିପୂର୍ଣ୍ଣ ଚତୁର୍ଥ ଦ୍ଵାର ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ଆଳି, ପଟ୍ଟାମୁଣ୍ଡାଇ ଇନ୍ଦୁପୁର ଓ ପଟ୍ଟାମୁଣ୍ଡାଇ ସହରର ମୁଖ୍ୟଦ୍ଵାର ହୋଇଥିବାରୁ ପ୍ରତ୍ୟେକ ଦିନ ପ୍ରତି ସେକେଣ୍ଡରେ ଶହଶହ ବସ୍ ଶହଶହ ଟ୍ରକ,ହାଇଵା, ଶହଶହ କାର ଓ ହଜାର ହଜାର ଦୁଇ ଚକିଆ ବାଇକ ଯାତାୟାତ କରୁଛନ୍ତି। ଏପରିକି ଜଣେ ପଥଚାରୀ ରାସ୍ତାର ଅନ୍ୟ ପଟକୁ ଯିବାକୁ ହେଲେ ୫ମିନିଟ୍ ଅପେକ୍ଷା କରିବା ସହିତ ସବୁ ଦିଗକୁ ଲକ୍ଷ୍ୟକରି ରାସ୍ତାପାର ହେବାକୁ ପଡ଼ୁଛି। ନଚେତ୍ ଦୁର୍ଘଟଣା ସୁନିଶ୍ଚିତ। ପ୍ରତ୍ୟେକ ଦିନ ଛୋଟ ଵଡ ଦୁର୍ଘଟଣା ଘଟୁଛି ।

ଆହୁରି ଦୁଃଖର କାରଣ ପାଲଟିଛି ସରକାରଙ୍କ ପକ୍ଷରୁଦୀର୍ଘଦିନ ହେବ ନିର୍ମାଣଧୀନ ସରକାରୀ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣହେବା ନାମ ଧରୁନାହିଁ।ଫଳରେ
ସମସ୍ତ ଯାତ୍ରୀବାହୀ ବସ୍ ଘଣ୍ଟା ଘଣ୍ଟା ଧରି ସେହି ସ୍ଥାନରେ ବସ୍ ଅଟକାଇ ଯାତ୍ରୀମାନଙ୍କୁ ଉଠାଉଛନ୍ତି। ଆହୁରି ମଧ୍ୟ ମୂନସିପାଲଟି ପକ୍ଷରୁ ଅଟୋ ଷ୍ଟାଣ୍ଡ ନଥିବାରୁ ଅଟୋ ଚାଳକ ମାନେ ମନଇଛା ଅଟୋ ଠିଆକରି ଯାତ୍ରୀମାନଙ୍କୁ ଉଠାଉଛନ୍ତି।ଫଳରେ ସେଠାରେପ୍ରତ୍ୟେକ ଦିନ କିଛି ନାକିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ପଟ୍ଟାମୁଣ୍ଡାଇ ପୈାର ପ୍ରଶାସନ ଓ ପୂର୍ତ୍ତବିଭାଗ ପ୍ରଶାସନ ସମସ୍ତ ବିଷୟରେ ଅବଗତ ଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜିଛନ୍ତି।ଏ ସଂକ୍ରାନ୍ତରେ ପଟ୍ଟାମୁଣ୍ଡାଇ ଜନସାଧାରଣ ବହୁବାର ପ୍ରଶାସନ ନିକଟରେ
ଅଭିଯୋଗ କରିଛନ୍ତି।ମାତ୍ର ଏଯାବତ ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି।ଫଳରେ ଜନ ଅସନ୍ତୋଷ ବଢିବାରେ ଲାଗିଛି।
ତୁରନ୍ତ ସେଠାରେ ପୁଲିସ ଟ୍ରାଫିକ ପୋଷ୍ଟ କରିଵାକୁ ବରିଷ୍ଠ ନାଗରିକ ସଂଘର ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ, ପଟ୍ଟାମୁଣ୍ଡାଇ -ରାଜନଗରର ବିକାଶମଞ୍ଚ ଆବାହକ ବିଜୟ କେତନ ସ୍ଵାଇଁ, ସମାଜସେବୀ ପ୍ରମୋଦ ସାହୁ, ଆଡଭୋକେଟ ଗୋପିନାଥ ତ୍ରିପାଠୀ, କାଉନସିଲର ଗୋପିଵଲ୍ଲଭ ନାୟକ,ମଳୟ ଓଝା, ସମାଜସେବୀ ଅମୂଲ୍ୟ ପ୍ରଧାନ, ବଣିକ ସଂଘ ସମ୍ପାଦକ ମୋହନ ଦାସ, ସଭାପତି ଗୋପିନାଥ କର,ସନାତନ ବିଶ୍ଵାଳ,କଂଗ୍ରେସ ନେତା ମଳୟ ଦାସ, ଅବିନାଶ ଲେଙ୍କା, ତପନ ପାତ୍ର, ସତ୍ୟପ୍ରିୟ ସାମଲ, ନଗର ବିଜୁଜନତା ଦଳ ସଭାପତି ଖଗେଶ୍ବର ଲେଙ୍କା, ପ୍ରମୁଖ ଦୃଢ ଦାବୀ କରିଛନ୍ତି।

Leave A Reply

Your email address will not be published.