ସୁଶାନ୍ତ ସିଂ ଙ୍କ ବିୟୋଗରେ ହୀରାଲାଲ ବେହେରାଙ୍କ ଶୋକ ପ୍ରକାଶ I

0

ସମ୍ବଲପୁର,୨୭/୦୭: ଭଟଲି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି I ତାଙ୍କ ବିୟୋଗରେ ରେ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପ ସଭାପତି ଶ୍ରୀ ହୀରାଲାଲ ବେହେରା ଗଭୀର ଶୋକ ପ୍ରକାଶ କରିଛନ୍ତି I ଶ୍ରୀ ବେହେରା ଶୋକ ପ୍ରକାଶ କରି କହିଛନ୍ତି ଯେ, ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ I ମା’ ସମଲେଶ୍ୱରୀଙ୍କ ନିକଟରେ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି I

Leave A Reply

Your email address will not be published.