ବିଧାନସଭା ସ୍ୱତନ୍ତ୍ର ଅଧିବେଶନରେ ଓବିସି ମହିଳାଙ୍କୁ ସଂରକ୍ଷଣ ଭିତରେ ସଂରକ୍ଷଣ ଦେବାକୁ ସର୍ବସମ୍ମତ ପ୍ରସ୍ତାବ ଆଣିବାକୁ ଦାବି -ଓବିସି ଫୋରମ

=================
ଭୁବନେଶ୍ୱର  : 28/4-ଓଡିଶା ସରକାର ଆସନ୍ତା 30 ତାରିଖରେ ରାଜ୍ୟ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି. ମହିଳା ସଂରକ୍ଷଣ (ନାରୀ ଶକ୍ତି ବନ୍ଦନ ଅଧିନିୟମ )ଉପରେ ଆଲୋଚନା ହେବାର ପ୍ରସ୍ତାବ ରହିଛି. ଭାରତ ସରକାର ମହିଳାମାନଙ୍କୁ ବିଧାନସଭା, ପାର୍ଲାମେଣ୍ଟରେ 33%ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି. କିନ୍ତୁ ପଛୁଆ ବର୍ଗ ମହିଳାଙ୍କ ପାଇଁ ଏହି 33%ସଂରକ୍ଷଣ ଭିତରେ ସଂରକ୍ଷଣ ଦେବାକୁ ଓବିସି ଫୋରମ ଦାବି କରୁଛି. ଫୋରମର ରାଜ୍ୟ ଅଧ୍ୟକ୍ଷ ରବି ବେହେରା ଏକ ପ୍ରେସ ବିବୃତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ବିରୋଧୀ ଦଳ ନେତା ନବୀନ ପଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମେତ ରାଜ୍ୟର ପଛୁଆବର୍ଗ ବିଧାୟକମାନଙ୍କୁ ସଂରକ୍ଷଣ ମଧ୍ୟରେ ଓବିସି ମହିଳାଙ୍କୁ ସଂରକ୍ଷଣ ପାଇଁ ସର୍ବ ସମ୍ମତ ପ୍ରସ୍ତାବ ଆଗତ କରି ଅନୁମୋଦନ କରିବା ପାଇଁ ଶ୍ରୀ ବେହେରା ଅନୁରୋଧ କରିଛନ୍ତି. ଏହା ଫଳରେ ଓଡିଶା ସମଗ୍ର ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଇତିହାସ ରଚିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି.
ରବି ବେହେରା, ଅଧ୍ୟକ୍ଷ
ଓବିସି ଫୋରମ, ଓଡିଶା
ଭୁବନେଶ୍ୱର
Mob –9437000838

Comments are closed.