ଭୁବନେଶ୍ୱର :ସ୍ୱାଧୀନତାର ଦୀର୍ଘ ସମୟ ପରେ ମଧ୍ୟ OBC ବର୍ଗ ଶିକ୍ଷା, ଆୟ, ସ୍ୱାସ୍ଥ୍ୟ ଓ ଜୀବନମାନରେ ପଛୁଆ ଅବସ୍ଥାରେ ଅଛନ୍ତି। ସଂଖ୍ୟା ଅନୁଯାଇ ସଂରକ୍ଷଣ ସେମାନଙ୍କୁ ନୀତି ନିର୍ଣ୍ଣୟରେ ସହଭାଗୀ କରି ସମଗ୍ର ଉନ୍ନତିକୁ ତ୍ୱରାନ୍ୱିତ କରିପାରିବ। ଉଲେଖଯୋଗ୍ୟ ଯେ ଭାରତ ସରକାରଙ୍କ ଦ୍ୱାରା ଗଠିତ ମଣ୍ଡଳ କମିଶନ (1980) ତାଙ୍କ ରିପୋର୍ଟରେ ସ୍ପଷ୍ଟ କରିଥିଲେ ଯେ ଦେଶର ପଛୁଆ ବର୍ଗ (OBC) ସାମାଜିକ ଓ ଶିକ୍ଷାଗତ ଭାବେ ଗୁରୁତର ଭାବରେ ପଛୁଆ ଅବସ୍ଥାରେ ଅଛନ୍ତି। ଏହି ପଛୁଆପଣକୁ ଦୂର କରିବା ପାଇଁ ସରକାରୀ ଚାକିରି ଓ ଶିକ୍ଷାରେ 27% ସଂରକ୍ଷଣ ସୁପାରିଶ କରାଯାଇଥିଲା।ଏହି ସୁପାରିଶର ମୂଳ ଆଧାର ଥିଲା ଯେ ସାମାଜିକ ନ୍ୟାୟ କେବଳ ଘୋଷଣାରେ ନୁହେଁ, ବରଂ ବାସ୍ତବ ପ୍ରତିନିଧିତ୍ୱ ମାଧ୍ୟମରେ ସୁନିଶ୍ଚିତ ହେବା ଦରକାର।
-ଏହି ପରିପ୍ରେକ୍ଷିତରେ ଆମର ଦାବି-
1. ମଣ୍ଡଳ କମିଶନଙ୍କ ସୁପାରିଶର କ୍ରମେ OBC ବର୍ଗ ପାଇଁ 27% ସଂରକ୍ଷଣ ଭାରତୀୟ ନୀତିରେ ପୂର୍ବରୁ ସ୍ୱୀକୃତ। ଏହାକୁ ପଞ୍ଚାୟତ ରାଜ ସ୍ତରରେ ଲାଗୁ କରିବା ଗଣତାନ୍ତ୍ରିକ ଓ ସାମାଜିକ ନ୍ୟାୟର ପ୍ରତିଷ୍ଠା ପାଇଁ ଆବଶ୍ୟକ ପଦକ୍ଷେପ।
2. ଓଡିଶାର ସାମାଜିକ ବାସ୍ତବତା ତଥ୍ୟ କୁହେ ଯେ ରାଜ୍ୟରେ OBC ବର୍ଗର ଜନସଂଖ୍ୟା ଅତ୍ୟଧିକ ଥିଲେ ମଧ୍ୟ ସେମାନଙ୍କର ରାଜନୈତିକ ପ୍ରତିନିଧିତ୍ୱ ଅତ୍ୟନ୍ତ ସୀମିତ। ଏହି ଅସମତାକୁ ଦୂର କରିବା ପାଇଁ ମଣ୍ଡଳ କମିଶନଙ୍କ ରିପୋର୍ଟ ଆଧାରରେ ସଂରକ୍ଷଣ ମିଳୁ ।
3. ସଂବିଧାନିକ ଓ ନୀତିଗତ ଆଧାର ଅନୁଯାଇ ଭାରତୀୟ ସଂବିଧାନର ଧାରା 243D ଓ 243T ଅନୁଯାୟୀ ପଂଚାୟତ ରାଜ ନିର୍ବାଚନ ବ୍ୟବସ୍ଥାରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବାର ବ୍ୟବସ୍ଥା ରହିଛି। ସୁପ୍ରିମ କୋର୍ଟଙ୍କ “ଟ୍ରିପଲ ଟେଷ୍ଟ” ନିୟମ ମଧ୍ୟ ତଥ୍ୟାଧାରିତ ସଂରକ୍ଷଣକୁ ସମର୍ଥନ କରେ।
4. ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରିବା ପାଇଁ ମଣ୍ଡଳ କମିଶନର ଉଦ୍ଦେଶ୍ୟ ଥିଲା ସମାଜର ପଛୁଆ ଶ୍ରେଣୀକୁ ସାମାଜିକ ଏବଂ ଆର୍ଥିକ ସତରେ ସଶକ୍ତ କରିବା। ପଞ୍ଚାୟତ ରାଜ ବ୍ୟବସ୍ଥାରେ OBC ଙ୍କୁ 27% ସଂରକ୍ଷଣ ଏହି ଉଦ୍ଦେଶ୍ୟକୁ ତୃଣ ମୂଳ ସ୍ତରରେ ସୁନିଶ୍ଚିତ କରିବ।
5. ଅନ୍ୟ ରାଜ୍ୟ ମାନଙ୍କରେ ଯଥା, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଳନାଡୁ, ରାଜସ୍ତାନ ଓ ଅନ୍ୟାନ୍ୟ ରାଜ୍ୟରେ OBC ସଂରକ୍ଷଣକୁ 27% ବା ଅଧିକ ବ୍ୟବସ୍ଥା ଥିବାବେଳେ ଓଡିଶାରେ ଏହାକୁ ଲାଗୁକରିବା ଉଚିତ ଯାହା ରାଜନୈତିକ ସଶକ୍ତିକରଣ ଓ ଲୋକାଭିମୁଖୀ ଶାସନ ପ୍ରକ୍ରିୟାରେ ସହାୟକ ହେବ l
6. ମଣ୍ଡଳ କମିଶନ ମଧ୍ୟ ସଠିକ ତଥ୍ୟ ଆଧାରରେ ନୀତି ଗଠନର ଆବଶ୍ୟକତା ଉଲ୍ଲେଖ କରିଥିଲେ। ତେଣୁ ରାଜ୍ୟ ସ୍ତରୀୟ ସର୍ଭେ ମାଧ୍ୟମରେ OBC ମାନଙ୍କର ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରି ସଂରକ୍ଷଣ ବ୍ୟବସ୍ଥା କରାଯାଉ l
ଏହି ସମସ୍ତ ପରିସ୍ଥିତି ଓ ମଣ୍ଡଳ କମିଶନ ରିପୋର୍ଟର ସୁପାରିଶକୁ ଆଧାର କରି ଆମର ବିନମ୍ର ଅନୁରୋଧ ଯେ—2027 ମସିହାର ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ OBC ବର୍ଗ ପାଇଁ କମ୍ ସେ କମ୍ 27% ସଂରକ୍ଷଣ ସୁନିଶ୍ଚିତ କରାଯାଉ।ଏହା ପାଇଁ ଆବଶ୍ୟକ ଆଇନଗତ, ପ୍ରଶାସନିକ ଓ ତଥ୍ୟାଧାରିତ ପଦକ୍ଷେପ ଶୀଘ୍ର ଗ୍ରହଣ କରାଯାଉ।
ଆପଣଙ୍କର ଏହି ଐତିହାସିକ ପଦକ୍ଷେପ ଓଡିଶାରେ ସାମାଜିକ ନ୍ୟାୟ, ସମତା ଓ ସମାବେଶୀ ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିବ ବୋଲି ଆମେ ଆଶା କରୁଛୁ।
ନାରାୟଣ ଡାଳୁଆ ,ରାଜ୍ୟ କମିଟି ସମ୍ପାଦକ, ଅଲ ଓଡିଶା ଗୋପାଳ ସମାଜ
ବିଳାସୁଣୀ, ନିଆଳି ,କଟକ
୭୮୯୪୭୧୮୫୩୭
Sign in
Sign in
Recover your password.
A password will be e-mailed to you.
Comments are closed.