ଦିଲ୍ଲୀରେ ଦୁର୍ଘଟଣାଗ୍ରସ୍ତ ଦୁଇ ଭାଇଙ୍କୁ ବରୀ ବିଧାୟିକାଙ୍କ ସହାୟତା

ବରୀ: ତ୍ୟାଗ, ତପସ୍ୟା ଓ ସେବାର ଅନ୍ୟନାମ ହେଉଛି ରାଜନୀତି, ବିଧାୟିକା ତାହା କାର୍ଯ୍ୟରେ କରି ଦେଖାଇଛନ୍ତି, ମଣିଷ ପଣିଆର ନିଚ୍ଛକ ଉଦାହରଣ ସୃଷ୍ଟି କରିଛନ୍ତି । କଳାମାଟିଆ ପଞ୍ଚାୟତ କାଇପଡ଼ା ଗ୍ରାମର ଜୁଲୁ ଜେନା(୩୫), ମୁନା ଜେନା(୨୭) ଦିଲ୍ଲୀରେ ରହି କାମ କରନ୍ତି । ନିଜ ବଡ଼ବାପାଙ୍କ ଶୁଦ୍ଧକ୍ରିୟାରେ ଯୋଗଦେବା ପାଇଁ ଏକ ଅଟୋଯୋଗେ ଦିଲ୍ଲୀ ରେଳଷ୍ଟେସନକୁ ଆସୁଥିବା ସମୟରେ ଏକ କାର ସହ ଧକ୍କା ହୋଇଥିଲା । ଏଥିରେ ଦୁଇ ଭାଇ ଗୁରୁତର ଆହତ ହୋଇଥିଲେ । ବରୀ ବିଧାୟିକା ସୁନନ୍ଦା ଦାସ କୌଣସି ସୂତ୍ରରୁ ଖବର ପାଇ ନିଜ ସମ୍ପର୍କୀୟଙ୍କ ସହାୟତାରେ ଆହତ ଯୁବକ ଦ୍ୱୟଙ୍କ ଚିକିତ୍ସାର ସୁବନ୍ଦୋବସ୍ତ କରିଥିଲେ । ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ କମିଟିର ସଦସ୍ୟା ଭାବରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଜାମ୍ମୁକାଶ୍ମୀର ଗସ୍ତରେ ଥିବା ବିଧାୟିକା ଦିଲ୍ଲୀରେ ପହଞ୍ଚିବା ପରେ ନିଜ ଗସ୍ତ ସମୟ ପରିବର୍ତ୍ତନ କରି ସପୃକ୍ତ ଦୁଇ ଆହତ ଯୁବକ ଚିକିତ୍ସିତ ହେଉଥିବା ରାମମନୋହର ଲୋହିଆ ହସ୍ପିଟାଲକୁ ଯାଇ ଆହତ ମାନଙ୍କୁ ଭେଟିବା ସହ ସେମାନଙ୍କୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ବିଧାୟିକାଙ୍କର ଏଭଳି ତତ୍‌କାଳ ସାହାଯ୍ୟ ପାଇଁ କଳାମାଟିଆ ସରପଞ୍ଚ ରଶ୍ମିତା ପରିଡ଼ା ଓ ସମିତି ସଭ୍ୟା ପ୍ରିୟଦର୍ଶିନୀ ଦାସ ପ୍ରମୁଖ ବିଧାୟିକାଙ୍କୁ ସାଧୁବାଦ ଜଣାଇଛନ୍ତି । ଏହି ଘଟଣାଟି ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବିଧାୟିକା ଦାସ ନିଜ ଦିଲ୍ଲୀ ଗସ୍ତରୁ ସମୟ ବାହାର କରି ଆହତମାନଙ୍କୁ ଭେଟିଲେ । ଅନ୍ୟପଟେ ଯାଜପୁର ଜିଲ୍ଲାର ଦୁଇ ଦୁଇଜଣ ସାଂସଦ ଦିଲ୍ଲୀରେ ରହୁଛନ୍ତି, ସେମାନେ ମଧ୍ୟ ଆହତ ଯୁବକ ମାନଙ୍କ ସାହାଯ୍ୟ କରି ପାରନ୍ତେ । ମଲ୍ଲିକ ପୁଅଙ୍କର ପୁଣି ସବୁବେଳେ ଦିଲ୍ଲୀ ଯିବା ଆସିବା, ଏମାନେ ଚାହିଁଲେ ମଧ୍ୟ ଅସୁସ୍ଥ ଯୁବକ ଦ୍ୱୟଙ୍କୁ ସାହଯ୍ୟ କରିପାରନ୍ତେ । ପ୍ରତିଦ୍ୱନ୍ଦିତା ଟା କେବଳ ପତିଆର ଜାହିର କରିବା ପାଇଁ ନହେଉ । ଜନସେବାରେ ବି ପ୍ରତିଦ୍ୱନ୍ଦିତା ହେଉ ଏବଂ ଲାକେ ତାହାର ସୁଫଳ ପାଆନ୍ତୁ ।

Comments are closed.