ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଗଭିର ଶୋକସହ ଶ୍ରଦ୍ଧାଞ୍ଜଳି ଅର୍ପଣ

0

ଭୁବନେଶ୍ୱର ତା 24/07/26 ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ତଥା ଶତାୟୁ ପୁରୁଷ କେନ୍ଦ୍ରାପଡ଼ା ଜିଲ୍ଲାର ବିମ୍ବାଧର ମୁଦୁଲିଙ୍କ 102 ବର୍ଷ ବୟସରେ ବିୟୋଗ ଘଟିଛି l ବରିଷ୍ଠ ସାମ୍ବାଦିକ, ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ସ୍ବର୍ଗତ ମୁଦୁଲିଙ୍କ ସ୍ୱାଧୀନତା ସଂଗ୍ରାମ, ଦେଶପ୍ରେମ ତଥା ତାଙ୍କ ନିଷ୍ଠା, ସମର୍ପଣ ଭାବ,ସେବା ଆଜିର ଯୁବପୀଢ଼ି ଅନୁସରଣ କରନ୍ତୁ ବୋଲି ମତବ୍ୟକ୍ତ କରିଥିଲେ l ତାଙ୍କ ବିୟୋଗ ସମଗ୍ର ଓଡିଶାବାସୀଙ୍କ ପାଇଁ ଅପୂରଣୀୟ କ୍ଷତି ସହିତ ଉକ୍ତ ଦୁଃଖଦ ସମ୍ବାଦ ସମସ୍ତଙ୍କୁ ମର୍ମାହତ କରିଛି ବୋଲି ସ୍ମୃତି ଚାରଣ ପୂର୍ବକ କହିଥିଲେ l ଉକ୍ତ ସ୍ମୃତିଚାରଣ ସଭାରେ ସଂଯୋଜକ ନାରାୟଣ ଓଝା, ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମୁଖପାତ୍ର, ପତ୍ର କାର ଅରବିନ୍ଦ ତ୍ରିପାଠୀ, ଓଡିଶା ନାଗରିକ ମହାମଞ୍ଚ ସାଧାରଣ ସମ୍ପାଦକ ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ, ଭାଷାପ୍ରାଣ ନାରାୟଣ ଖୁଣ୍ଟିଆ, ସଶକ୍ତ ଓଡିଶା ଆବାହକ,ବିଜୟ ପ୍ରଧାନ,ବିଜୟ ପରିଡା, ସନ୍ତୋଷ ଲେଙ୍କା ପ୍ରମୁଖ ଉପସ୍ଥିତ ରହିବା ସହ ଅମ୍ଲାନ ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏଠାରେ ସୂଚନାଯୋଗ୍ୟ ଯେ
କଟକ ଏସ ସି ବି ରେ ତାଙ୍କ ତିରୋଧାନ ଘଟିଥିଲା l

ଅରବିନ୍ଦ ତ୍ରିପାଠୀ
ମୁଖପାତ୍ର

ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ
ଭୁବନେଶ୍ୱର
ଦୂରଭାଷ -9937689683

Leave A Reply

Your email address will not be published.