ଭୁବନେଶ୍ୱର : ଚଳିତ ବର୍ଷର ପାର୍ବଣ ରୁତ୍ତୁ ଆରମ୍ଭ ହୋଇଗଲାଣି।ଜଗତ ଜନନ୍ନୀ ମା”ଦୁର୍ଗା ଧରାବତରଣ କରିସାରିଲେଣି।ତେଣୁ ହିନ୍ଦୁ ମାନଙ୍କର ସବୁଠାରୁ ବଡ଼ ପର୍ବ ପାଳନ କରି ମା’ଦୁର୍ଗା ଙ୍କ ଆଶୀର୍ବାଦ ପାଇଁ ସମସ୍ତେ ବ୍ୟାକୁଳ।ତେଣୁ ଏହି ସାତ ଦିନ ବ୍ୟାପି ଦଶହରା ପର୍ବ କୁ କିଭଳି ଶାନ୍ତି ଶୃଙ୍ଖଳା ର ସହ ଶ୍ରଦ୍ଧାଳୁ ମାନେ ପାଳନ କରିପାରିବେ ସେଥିପାଇଁ ଓଡିଶା ପୋଲିସ ପକ୍ଷରୁ ସାରା ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣା ପଡିଛି। ବିଶେଷ ଭାବେ ଟ୍ରାଫିକ ନିୟନ୍ତ୍ରଣ ,ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଟକ ରେ ୫୦ ପ୍ଲାଟୁନ ,ଭୁବନେଶ୍ୱର ରେ ୪୦ ପ୍ଲାଟୁନ, ବାଲେଶ୍ୱର ରେ ୧୯ ପ୍ଲାଟୁନ ,ଭଦ୍ରକ ରେ ୧୩ ପ୍ଲାଟୁନ ,ରାଉରକେଲା ରେ ୧୧ ପ୍ଲାଟୁନ, ଓ ସମ୍ବଲପୁର ରେ ୦୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।ଏମାନେ ସ୍ଥାନୀୟ ଜିଲ୍ଲା ପୋଲିସ କୁ ଆଇନ ଶୃଙ୍ଖଳା ପରିଚାଳନା ରେ ସହାୟତା କରିବେ ବୋଲି ଅତିରିକ୍ତ ପୋଲିସ ମହା ନିର୍ଦେଶକ ଆର.କେ.ଶର୍ମା ଏକ ଗଣମାଧ୍ୟମ ଇସ୍ତାହାରରେ ସୂଚନା ଦେଇଛନ୍ତି।ଏତଦ୍ ବ୍ୟତୀତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ଓ ଦୁର୍ଗାପୂଜା,ରାବଣ ପୋଡି, ଭଷାଣି ଉତ୍ସଛ ସମୟରେ ସାମ୍ପ୍ରଦାୟିକ ବିଛିନ୍ନତା ବାଦୀ, ଅସାମାଜିକ ତତ୍ତ୍ୱ, ପେଷାଦାର ଅପରାଧୀ ,ଓ ବିଶୃଙ୍ଖଳା ସୃଷ୍ଟି କାରୀ ମାନଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ରାଜ୍ୟ ର ସମସ୍ତ ଜିଲ୍ଲାର ଏସ୍ପି ଓ ଡିସିପି ମାନଙ୍କୁ ନିର୍ଦ୍ଧେଶ ଦିଆଯାଇଥିବା ଜଣା ପଡ଼ିଛି।ଏତଦବ୍ୟତୀତ ସମସ୍ତ ପୂଜା ଆୟୋଜକ ମାନଙ୍କୁ ପୂଜା ପେଣ୍ଡାଲ ପରିସରରେ ସି ସି କ୍ୟାମେରା ଲଗାଇବାକୁ କୁହା ଯାଇଛି।
Sign in
Sign in
Recover your password.
A password will be e-mailed to you.
Comments are closed.