ନୂଆଗଡ ବ୍ଲକ୍ ପ୍ରଶାସନ ପକ୍ଷରୁ…ବାତ୍ୟା ରିଲିଫ୍ ପ୍ରଦାନ ।

0

ନୂଆଗଡ ୨/୧୧(ମନୋଜ କୁମାର ପାଢ଼ୀଙ୍କ ରିପୋର୍ଟ)-: ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଲାର “ବାତ୍ୟା ଅର୍ଣ୍ଣବ” ପୀଡ଼ିତା ବିପନ୍ନ ଙ୍କ ସକାଶେ ୧୦୦୦ ପ୍ୟାକେଟ୍ ଶୁଖିଲା ଖାଦ୍ୟ ସାମଗ୍ରୀ ପଠାଯାଇଛି।ବିପନ୍ନଙ୍କ ସକାଶେ ପ୍ୟାକେଟ୍ ରେ ଚୁଡ଼ା,ଗୁଡ଼,ବିସ୍କୁଟ,ମହମବତୀ,ଦିଆସିଲି ସହିତ ଓ ଆର୍ ଏସ୍ ପ୍ୟାକେଟ୍ ରହିଛି। ରିଲିଫ୍ ସାମଗ୍ରୀ ପଠାଇବା ସହିତ ବିପନ୍ନ ଙ୍କ ନିକଟରେ ଠିକ୍ ଭାବେ ପହଞ୍ଚି ପାରିବ ସେ ଦିଗରେ ଗୁରୁତ୍ୱ ଦିଆଯାଇଛି। ବିପଦ ସମୟରେ ଏହି ମହତ୍ କାର୍ଯ୍ୟ ସକାଶେ ବ୍ଲକର ସମସ୍ତ ବିଭାଗୀୟ କର୍ମଚାରୀ ସହଯୋଗ କରିଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବର ସୂଚନା ଦେଇଛନ୍ତି।

Leave A Reply

Your email address will not be published.