ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ସହ ଗ୍ରାମ୍ୟମୁଖୀ ପ୍ରଶାସନ ।

0

ନୂଆଗଡ ୨/୧୧ (ମନୋଜ କୁମାର ପାଢୀଙ୍କ ରିପୋର୍ଟ) ନୂଆଗଡ ବ୍ଲକ୍ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପରିମଳ ପଞ୍ଚାୟତ ପରିସର ମଧ୍ୟରେ ସ୍ଥାନୀୟ ସରପଞ୍ଚ ଉମାକାନ୍ତ କାର୍ଜି ଙ୍କ ତତ୍ୱାବଧାନ ରେ ବ୍ଲକ୍ ପ୍ରଶାସନ ପକ୍ଷରୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ଥାନୀୟ ସମିତି ସଭ୍ୟା ସବିତା ରଇତ ମଞ୍ଚାସିନ ଥିଲେ। ଗ୍ରାମ୍ୟ ସ୍ତରରେ ସରକାର ଙ୍କ ସହାୟତା ସହ ବିଭିନ୍ନ ଜନ କଲ୍ୟାଣ ଯୋଜନା କିପରି ଭାବେ ପହଞ୍ଚି ପାରିବ ଏ ନେଇ ଗ୍ରମ୍ୟମୁଖୀ ପ୍ରଶାସନ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସ୍ତରରେ ୮ଗୋଟି ବ୍ୟକ୍ତିଗତ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଜନ ଅଭିଯୋଗ ଶୁଣାଣୀ ରେ ବାର୍ଦ୍ଧକ୍ୟ ଭତ୍ତା ସହ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଉପରେ ଆଲୋଚନା ହୋଇଥିଲା। ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀଙ୍କୁ ଲକ୍ଷ୍ୟ (ଟାର୍ଗେଟ) ଆସିଲେ ପ୍ରଦାନ ସକାଶେ ଆଲୋଚନା ହୋଇଥିଲା । ଶିବିର ରେ ସମସ୍ତ ଲୋକ ପ୍ରତିନିଧି ଉପସ୍ଥିତ ଥିଲେ।କାର୍ଯକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ କାଳୀ ପ୍ରସାଦ ସାହୁ ପରିଚାଳନା କରିଥିଲେ।

Leave A Reply

Your email address will not be published.