କୋରାପୁଟ:୨୩/୮ କୋରାପୁଟ ଟାଉନ ଥାନା ପରିସରରେ ସାଇବର ଅପରାଧ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କୋରାପୁଟ ଏସ୍ଡିପିଓ, କୋରାପୁଟ ଥାନା ଆଇଆଇସି ଏବଂ ସାଇବର ଡିଏସ୍ପି ଭବାନୀ ପ୍ରଧାନଙ୍କ ସହ ସାଇବର ପୋଲିସ ଟିମ୍ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସାଧାରଣ ଲୋକଙ୍କୁ ସାଇବର ଅପରାଧର ବିଭିନ୍ନ ଦିଗ ସମ୍ପର୍କରେ ସଚେତନ କରିଥିଲେ।
କାର୍ଯ୍ୟକ୍ରମରେ ଅନଲାଇନ୍ ଠକେଇ, OTP ଠକେଇ, ଡିଜିଟାଲ୍ ଗିରଫ, ସୋସିଆଲ୍ ମିଡିଆର ସୁରକ୍ଷିତ ବ୍ୟବହାର, ଅଜଣା ଲିଙ୍କ୍ରେ କ୍ଲିକ୍ ନକରିବା ଏବଂ ବ୍ୟାଙ୍କିଙ୍ଗ୍ ସୂଚନା କାହା ସହିତ ଅଂଶୀଦାର ନକରିବା ଭଳି ବିଷୟରେ ଆଲୋଚନା କରାଯାଇଥିଲା।
ଏଥିସହିତ କୋରାପୁଟ ଟାଉନ ଥାନା ପକ୍ଷରୁ ଟ୍ରାଫିକ୍ ନିୟମ, ଚୋରି ରୋକିବା ଏବଂ ପୋଲିସ ପାଟ୍ରୋଲିଂ ସମ୍ପର୍କିତ ବିଭିନ୍ନ ସାମାଜିକ ସୁରକ୍ଷା ବିଷୟରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଇଥିଲା।
ସାଇବର ଅପରାଧରୁ ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖିବା ସହ ଠକେଇର ଶିକାର ହେଲେ ତୁରନ୍ତ ପୋଲିସକୁ ଜଣାଇବା ପାଇଁ ଅଧିକାରୀମାନେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ନାଗରିକମାନେ ପୋଲିସର ଏହି ସଚେତନତାମୂଳକ ପଦକ୍ଷେପକୁ ସ୍ୱାଗତ କରିଥିଲେ।
କୋରାପୁଟ ରୁ ସୁରେନ୍ଦ୍ର ଖୋସଲାଙ୍କ ରିପୋର୍ଟ ।
Sign in
Sign in
Recover your password.
A password will be e-mailed to you.
Prev Post
ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ବ୍ରହ୍ମପୁର ସାଂସଦ
Next Post