ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିଧାନସଭା ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ ..

ଭୁବନେଶ୍ୱର:ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ବିଧାନସଭା ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ଏହା ସହିତ ବାଚସ୍ପତି ସର୍ବ ଦଳୀୟ ବୈଠକ ଡାକିଛନ୍ତି  ।

ବିବୃତିରେ ମୁଖ୍ୟମନ୍ତ୍ରୀ ୧୧ ପୃଷ୍ଠାର ବିବୃତି ଚିଠା ଉପସ୍ଥାପନ କରିଛନ୍ତି । ତଦନ୍ତ ଚାଲିଛି । କ୍ରାଇମ ବ୍ରାଞ୍ଚକୁ ତାର କାର୍ଯ୍ୟ କରୁଛି ଆଉ ଏହା ଉଚିତ ଢ଼ଙ୍ଗରେ ଚାଲିଛି । ଏହାକୁ ନେଇ ରାଜନୀତିକରଣ ନକରାଯାଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବାରମ୍ବାର ବିରୋଧୀଦଳ ନେତା ଏହାକୁ ନେଇ ଯେଉଁ ଭଳି କାର୍ଯ୍ୟକଳାପ କରୁଛନ୍ତି ତାହାକୁ ମୁଖ୍ୟମନ୍ତ୍ରୀ ନାପସନ୍ଦ କରିଛନ୍ତି । ଏହା ଏକ ସେନ୍ସିଟିଭ ମ୍ୟାଟର ତେଣୁ ଏହି ମାମଲାରେ ସତ୍ୟ ସାମ୍ନାକୁ ଆସିବାକୁ ସମୟ ଲାଗିବ ଆଉ ଉଚିତ ସମୟକୁ ଅପେକ୍ଷା କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମନ୍ତ୍ରୀଙ୍କ ହତ୍ୟା ଦିନ ଠାରୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ କୁହାଯାଇଛି। ଏହା ସହିତ ତଦନ୍ତ କାର୍ଯ୍ୟରେ କେଉଁଭଳି ଟ୍ରାନ୍ସପରେନ୍ସି ରହିବ ତାହାକୁ ନେଇ କାର୍ଯ୍ୟ କରାଯାଉଛି । ଆବଶ୍ୟକ ସ୍ଥଳେ ଏଫବିଆଇର ସହାୟତା ନିଆଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.