ବିବାହ ଭୋଜି ପୂର୍ବରୁ ମୃତାବସ୍ଥାରେ ଉଦ୍ଧାର ହେଲେ ନବବିବାହିତ ଦମ୍ପତି

ରାୟପୁର: ବିବାହ ଭୋଜି ପୂର୍ବରୁ ଛତିଶଗଡ଼ର ରାଜଧାନୀ ରାୟପୁରସ୍ଥିତ ଗୋଟାଏ ଘର ପ୍ରକୋଷ୍ଠରୁ ନବବିବାହିତ ଦମ୍ପତିଙ୍କର ଛୁରାଘାତରେ କ୍ଷତବିକ୍ଷତ ଶବ ଉଦ୍ଧାର କରାଯାଇଥିବା କଥା ଆଜି ପୁଲିସ କହିଛି।

ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ସ୍ବାମୀ ସ୍ତ୍ରୀଙ୍କୁ ଛୁରି ଭୁସି ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ ସନ୍ଦେହ କରୁଛି।

ଘଟଣାଟି ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟା ବ‌େଳେ ତିକ୍ରାପଡ଼ା ଥାନା ଅନ୍ତର୍ଗତ ବ୍ରଜନଗରରେ ଘଟିଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି। ସେ କହିଛନ୍ତି, ରବିବାର ଦିନ ୨୪ ବର୍ଷିୟ ଆସ୍‌ଲମ୍‌ ଓ ୨୨ ବର୍ଷୀୟ କଖଶା ବାନୋଙ୍କର ବିବାହ ହୋଇଥିଲା ଏବଂ ମଙ୍ଗଳବାର ସନ୍ଧ୍ୟାରେ ଥି‌ଲା ସେମାନଙ୍କର ବିବାହ ଭୋଜି। ସେମାନେ ଭୋଜି ସମାବେଶକୁ ଆସିବା ପାଇଁ ଘରେ ସଜବାଜ ହେଉଥିବା ବେଳେ ବରର ମାଆ କନ୍ୟାର ଚିତ୍କାର ଶୁଣି ଧାଇଁ ଯାଇଥିଲେ।

ଭିତରୁ କବାଟ ବନ୍ଦ ଥିଲା। ଯେତେ ଡାକିଲେ ବି ସେମାନେ ଜବାବ ନ ଦେବାରୁ ପରିବାର ଲୋକେ ଝରକାବାଟେ ଉଣ୍ଡି ଦେଖିଲେ ଯେ, ଦୁହେଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଚେତ ହୋଇପଡ଼ିଛନ୍ତି। ତୁରନ୍ତ ସେମାନେ ଖବର ଦେବା ପରେ ପୁଲିସ ଆଦି କବାଟ ଭାଙ୍ଗି ନବଦମ୍ପତିଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା। ଘଟଣାସ୍ଥଳରୁ ଗୋଟାଏ ଛୁରି ବି ଉଦ୍ଧାର କରାଯାଇଛି।

ଘଟଣାର ତଦନ୍ତ ଚାଲିଛି ବୋଲି ପୁଲିସ କହିଛି।

Comments are closed.