ଛେଣ୍ଡିପଦାରେ ଚାଞ୍ଚଲ୍ୟ: ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟାକାଣ୍ଡ ସନ୍ଦେହ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଜୟପଙ୍ଗା ଗ୍ରାମରେ ଜଣେ ମହିଳାଙ୍କ ମୃତଦେହ ପୁଲିସ ଉଦ୍ଧାର କରି ତଦନ୍ତ ଚଳାଇଛି। ପାରିପାର୍ଶ୍ବିକ ସ୍ଥିତିରୁ ହତ୍ୟାକାଣ୍ଡ ସନ୍ଦେହ ହେଉଥିବା ବେଳେ ସ୍ୱାମୀ ନିଖୋଜ ରହିଛି।

ପଡୋଶୀଙ୍କ ସୂତ୍ରରୁ ପ୍ରକାଶ ଆଜି ସକାଳେ ପତିପତ୍ନୀଙ୍କ ମଧ୍ୟରେ ଝଡଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ସିଲୁ ଓରଫ ତ୍ରିଲୋଚନ ପ୍ରଧାନ(୨୮) ପତ୍ନୀ ମମତାଙ୍କୁ ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ବାପଘର ଲୋକେ ଥାନାକୁ ଆସି ଝିଅକୁ ମାରିଦେଇଥିବାର ଅଭିଯୋଗ କରିଛନ୍ତି। ତ୍ରିଲୋଚନ କଣଲୋଇ ଗ୍ରାମର ସୁରେଶ ମାଝୀଙ୍କ ଝିଅ ମମତାକୁ ବିବାହ କରିଥିଲେ। ଉଭୟଙ୍କର ୯ ବର୍ଷର ଶିଶୁପୁତ୍ର ରହିଛି।

ମମତାଙ୍କ ସହିତ ଦିଅର ଯୁଗଳ ପ୍ରଧାନଙ୍କ ଅନୈତିକ ସମ୍ପର୍କ ଥିବା ନେଇ ସ୍ୱାମୀସ୍ତ୍ରୀ ମଧ୍ୟରେ ପୁର୍ବରୁ ଝଗଡ଼ା ଲାଗିରହୁଥିଲା। ଝଗଡ଼ାକୁ ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ଥାନାରେ ମିଳାମିଶା ପରେ ମଧ୍ୟ ସନ୍ଦେହ ଓ ଝଗଡ଼ା ଲାଗିରହୁଥିଲା। ମମତାଙ୍କ ବାପଘର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳେଇଛି।

Comments are closed.