ଓଡ଼ିଶା ସରକାର ନିଜେ ଅସୁସ୍ଥ ହୋଇ ଭୁବନେଶ୍ଵର ଲୋକଙ୍କୁ ଅସୁସ୍ଥ କରୁଛନ୍ତି: ବିଜେପି ସଭାପତି ମନମୋହନ ସାମଲ

ଭୁବନେଶ୍ୱର: ଗାଡକଣ ସୈନିକ ସ୍କୁଲ ଠାରେ ଥିବା ଡମ୍ପିଂ ୟାର୍ଡକୁ ସଂପୂର୍ଣ୍ଣ ଉଚ୍ଛେଦ ଦାବିରେ ଚତୁର୍ଥ ଦିନରେ ପହଞ୍ଚିଲା ବିଜେପିର ସତ୍ୟାଗ୍ରହ | ଦଳର ସତ୍ୟାଗ୍ରହରେ ସାମିଲ ହେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ | ଡ଼ମ୍ପିଂ ୟାର୍ଡ ସମସ୍ୟାର ସ୍ଥାୟୀ ସମାଧାନ ନହେବା ଯାଏଁ ବିଜେପି ନିର୍ଣ୍ଣାୟକ ଲଢେଇ କରିବ ବୋଲି ଚେତାବନୀ ଦେଇଛନ୍ତି ମନମୋହନ | ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି | ରାଜ୍ୟ ସରକାର ଲୋକଙ୍କ ସ୍ବାସ୍ଥ୍ୟ ସହ ଖେଳିବାକୁ ଦେବ ନାହିଁ ବିଜେପି | ଓଡ଼ିଶା ସରକାର ନିଜେ ଅସୁସ୍ଥ ହୋଇ ଭୁବନେଶ୍ଵର ଲୋକଙ୍କୁ ଅସୁସ୍ଥ କରୁଛନ୍ତି | ଖଣ୍ଡଗିରି ପାହାଡ ଠାରୁ ଉଚ୍ଚ ହେଲାଣି ଅଳିଆ ପାହାଡ | ଡେଙ୍ଗୁରେ ଏତେ ଲୋକ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବାର ମୁଖ୍ୟ କାରଣ ହେଉଛି ଏଭଳି ଅସ୍ୱାସ୍ଥ୍ୟକର ପରିବେଶ |

୫୦୦ରୁ ଅଧିକ ଲୋକଙ୍କର ଡେଙ୍ଗୁରେ ମୃତ୍ୟୁ ହେଲାଣି | ଆଜି ଭୁବନେଶ୍ଵରର ଏଭଳି ପରିସ୍ଥିତି ପାଇଁ ପରିବେଶ କଣ୍ଟ୍ରୋଲ ବୋର୍ଡର ଭୂମିକା କଣ ? ସ୍ବାସ୍ଥ୍ୟ ବିଭାଗର ଭୂମିକା କଣ ? ନୋଡାଲ ବିଭାଗ ମାନଙ୍କର ଭୂମିକା କଣ ? ଭୁବନେଶ୍ୱର ମହାନଗର ନିଗମ ଦାୟିତ୍ବହୀନ ବ୍ୟବହାର କରୁଛି | ଭୁବନେଶ୍ୱର ଲୋକ ଏଭଳି ଅସ୍ୱାସ୍ଥ୍ୟକର ବାତାବରଣରେ ତ୍ରାହି ତ୍ରାହି ଡାକୁଛନ୍ତି | ବିଜେପିର ସତ୍ୟାଗ୍ରହ ଚତୁର୍ଥ ଦିନରେ ପହଞ୍ଚିବା ସତ୍ତ୍ୱେ ସରକାରଙ୍କର ନିଦ ଭାଙ୍ଗୁ ନାହିଁ, ନିଦାବିଷ୍ଣୁ ପାଲଟିଛନ୍ତି ସରକାର | ଯଦି ଶାସନ ଚଳାଇ ପାରୁନାହାନ୍ତି ଦାୟିତ୍ଵ ଛାଡ଼ି ଦେଉ ବିଜେଡ଼ି | କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ଅନୁଦାନ ଦେଉଛନ୍ତି |

ସ୍ମାର୍ଟ୍ ସିଟି, ସ୍ଵଚ୍ଛ ଭାରତ ନାଁରେ ଆସୁଛି ପର୍ଯ୍ୟାପ୍ତ ଟଙ୍କା | ବନାରସ ଏବେ ଚିହ୍ନି ହେଉନାହିଁ, ସାରା ଦେଶ ସ୍ଵଚ୍ଛ ହେଉଛି କିନ୍ତୁ ଭୁବନେଶ୍ଵର ଏଭଳି ସ୍ଥିତି ପାଇଁ ଲଜ୍ୟା ଲାଗୁଛି | ରାଜ୍ୟରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଦେଖା ଯାଉନାହାନ୍ତି | ଭଗବାନ ଭରଷାରେ ସରକାର ଚାଲିଛି | କିଏ ସରକାରକୁ ଚଳାଉଛି ଜଣାପଡିନାହିଁ | ଲୋକଙ୍କ ଜୀବନ ନେବାର ଅଧିକାର ସରକାରଙ୍କର ନାହିଁ, ଏହା ଏକ ସାମାଜିକ ଅପରାଧ | ଏଥିପାଇଁ ଜନସାଧାରଣ କେବେ ସରକାରଙ୍କୁ କ୍ଷମା ଦେବେ ନାହିଁ |

Comments are closed.